ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନର ବ୍ୟବଧାନ ପରେ ଓଡ଼ିଶାକୁ ପୁଣି ଫେରିଛି ତାତି। ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। କିନ୍ତୁ ହିଟଓ୍ଵେଭର ସମ୍ଭାବନା ନଥିବା ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ଦିନ ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଆଉଟୁପାଉଟୁ ହେଉଛନ୍ତି ଲୋକେ। ତାପମାତ୍ରା ଅପେକ୍ଷା ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅସହ୍ୟ ହେଉଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ଦିନ ୧୧ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ପୁରୀରେ ୮୦ ପ୍ରତିଶତ, ଗୋପାଳପୁରରେ ୭୯ ପ୍ରତିଶତ, ଚାନ୍ଦବାଲିରେ ୭୫ ପ୍ରତିଶତ, ବାଲେଶ୍ଵରରେ ୭୪ ପ୍ରତିଶତ, ଭୁବନେଶ୍ଵରରେ ୬୬ ପ୍ରତିଶତ, କେନ୍ଦୁଝରରେ ୫୦ ପ୍ରତିଶତ, ହୀରାକୁଦରେ ୪୫ ପ୍ରତିଶତ, ସମ୍ବଲପୁରରେ ୪୪ ପ୍ରତିଶତ, ରାଉରକେଲାରେ ୩୮ ପ୍ରତିଶତ ଏବଂ ଝାରସୁଗୁଡ଼ାରେ ୩୮ ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି।

ଅନ୍ୟ ପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ମେ’ ୩୦ରୁ ଆସନ୍ତା ଜୁନ ୨ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ମେ’ ୩୦ ତାରିଖରୁ ଜୁନ ୧ ତାରିଖ ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବହିବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଜୁନ ୧ରୁ ୨ ତାରିଖ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନର ଗେବ ବଢ଼ିବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Tags: #Weather #WeatherUpdates #HeatWave #HotWeather #Lightning #Thunderstorm

LEAVE A REPLY

Please enter your comment!
Please enter your name here