ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଦିନ କେରଳ ଉପକୂଳରେ ପହଞ୍ଚିଛି। ଚଳିତ ବର୍ଷ ମୌସୁମୀ ୨ ଦିନ ଆଗରୁ କେରଳରେ ପହଞ୍ଚିଛି। ଏହା ଜୁନ୍ ୧୨ ତାରିଖବେଳେ ଓଡ଼ିଶା ପହଞ୍ଚିବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀର ପ୍ରଭାବ ଏବେ କେରଳ ଓ ଲକ୍ଷ୍ୟଦ୍ଵୀପ ଉପରେ ରହିଛି। ଫଳରେ ଏହି ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି। ମୌସୁମୀ ବାୟୁ କ୍ରମେ ଉତ୍ତର-ପୂର୍ବ ଦିଗରେ ଗତି କରୁଛି।  

ଚଳିତ ବର୍ଷ ମୌସୁମୀର ଆଗମନ ପାଇଁ ପାଗ ଅନୁକୂଳ ରହିଥିଲା। ଗତ କିଛିଦିନ ଧରି କେରଳରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଥିଲା। ତେବେ ବାତ୍ୟା ‘ରେମାଲ’ ପ୍ରଭାବରେ ଏଥର ମୌସୁମୀ ଆଗୁଆ ଆସିଥିବା ପାଣିପାଗ ବିଜ୍ଞାନୀମାନେ ଅନୁମାନ କରିଛନ୍ତି।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ଜୁନ୍ ମାସରେ ମୌସୁମୀ ପ୍ରଭାବରେ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବାର ସମ୍ଭାବନା ରହିଛି।

Tags: #South-westMonsoon #KeralaCoast #Rainfall #IndianMeteorologicalDept #India

LEAVE A REPLY

Please enter your comment!
Please enter your name here