ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କର ସୋମବାର ସକାଳେ ଦେହାନ୍ତ ହୋଇଛି। କେନ୍ଦୁଝର ଜିଲ୍ଲାସ୍ଥିତ ବୈଦରାଜ ସାହିରେ ଥିବା ବାସଭବନରେ ୮୮ ବର୍ଷ ବୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସୋମବାର ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ମାଟି କଣ୍ଢେଇରୁ କାଠି କଣ୍ଢେଇର ଦକ୍ଷ ବିନ୍ଧାଣୀ ପାଲଟିଥିଲେ ମାଗୁଣି ଚରଣ କୁଅଁର। ହଜିଯାଉଥିବା କାଠି କଣ୍ଢେଇ ନୃତ୍ୟକୁ ଜୀବିତ ରଖିବାର ପ୍ରୟାସ ତଥା ବିଶ୍ଵ ଦରବାରରେ ଏହାକୁ ପରିଚିତ କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୨୩ ମସିହା ମାର୍ଚ୍ଚ ୨୨ ତାରିଖରେ ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୨୦୧୨ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରେ ସେ ସମ୍ମାନିତ ହୋଇଥିଲେ।

Tags: #PadmaShriAwardMaguniCharanKuanr #Puppeteer #Kendujhar #TraditionalPuppetDanceFormofOdisha

Comment