ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପିପିଲିରେ ଫୁଟିଲା ଫୁଲ। ଉପକୂଳ ଓଡ଼ିଶାର ବିଜେଡିର ଦୁର୍ଗ ପିପିଲିରେ ପଦ୍ମ ଫୁଲ ଫୁଟିଲା। ଖାତା ଖୋଲିଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଆଶ୍ରିତ, ବିଜେଡିର ରୁଦ୍ର ମହାରଥିଙ୍କୁ ୧୫ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। 

୨୦୧୯ ନିର୍ବାଚନରେ ପିପିଲି ଟାଇଗର୍ ପ୍ରଦୀପ ମହାରଥି ଆଶ୍ରିତଙ୍କୁ ପରାଜିତ କରିଥିଲେ। ସେତେବେଳେ ଆଶ୍ରିତଙ୍କଠାରୁ ୧୫ ହଜାରରୁ ଅଧିକ ଭୋଟ ପାଇ ମହାରଥି ଜିତିଥିଲେ।

ତେବେ ପରବର୍ତ୍ତୀ ସମୟରେ ପ୍ରଦୀପ ମହାରଥିଙ୍କ ନିଧନ ପରେ ଏହି ଆସନରୁ ତାଙ୍କ ପୁଅ ରୁଦ୍ର ମହାରଥି ୨୦୨୧ ଉପ-ନିର୍ବାଚନରେ ଜିତିଥିଲେ। ସେତେବେଳେ ରୁଦ୍ର ଆଶ୍ରିତଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ।

୨୦୧୪ ମସିହାରେ ଆଶ୍ରିତ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ମହାରଥିଙ୍କ ବିରୋଧରେ ଲଢ଼ି ୧୮ ହଜାର ଭୋଟ୍ ପାଇଥିଲେ। ୨୦୨୪ରେ ପଦ୍ମ ଲହର ସହିତ ଆଶ୍ରିତଙ୍କୁ ଆଶୀର୍ବାଦ କରିଛନ୍ତି ପିପିଲି ଭୋଟର୍‌।

Tags: #OdishaElections2024 #CountingUpdates #Elections2024 #IndiaVotes #OdishaAssembly2024 #CountingNews

Comment