ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଖଣ୍ଡପଡ଼ାରେ ଖାତା ଖୋଲିଛି ବିଜେପି। ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ବାଜି ମାରିଛନ୍ତି। ଦୁଷ୍ମନ୍ତ, ବିଜେଡ଼ିର ସାବିତ୍ରୀ ପ୍ରଧାନଙ୍କୁ ୭ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ବିଜୟୀ ଦୁଷ୍ମନ୍ତ ସ୍ୱାଇଁଙ୍କୁ ମୋଟ ୭୫ ହଜାର ୫୫୭ ଭୋଟ୍ ମିଳିଥିବା ବେଳେ ବିଜେଡିର ସାବିତ୍ରୀ ପ୍ରଧାନ ୬୨ ହଜାର ୮୧୪ ଭୋଟ୍‌ ପାଇଛନ୍ତି।

ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ବିଜେଡିର ବିଦ୍ରୋହୀ ନେତା ଅନୁଭବ ପଟ୍ଟନାୟକ ଏଥର ସ୍ୱାଧୀନ ଭାବେ ଠିଆ ହୋଇଥିଲେ। ସେ ମାତ୍ର ୧୮୦୦ ଭୋଟ୍ ପାଇଛନ୍ତି।

ଗତ ଦୁଇଟି ନିର୍ବାଚନରେ ଖଣ୍ଡପଡ଼ା ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ହୋଇ ରହି ଆସିଛି। ୨୦୧୯ରେ ଏଠାରୁ ବିଜେଡି ଟିକେଟରେ ସୌମ୍ୟରଞ୍ଜନ ପଟ୍ଟନାୟକ ଲଢ଼ି ରାଜ୍ୟରେ ସବୁଠୁ ବଡ଼ ଭୋଟ୍ ବ୍ୟବଧାନରେ ଜିତିଥିଲେ। ଏଥର ସ୍ଥାନୀୟ ନେତା ଅନୁଭବ ଦଳରୁ ଟିକେଟ ପାଇବେ ବୋଲି ଆଶା ବାନ୍ଧିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଥିଲା।

ଅନୁଭବ ଓ ସାବିତ୍ରୀଙ୍କ ରାଜନୀତି ମଝିରେ ବିଜେପିର ଦୁଷ୍ମନ୍ତ ଗଡ଼ ଜିତିଛନ୍ତି।

Tags: #OdishaElections2024 #CountingUpdates #Elections2024 #IndiaVotes #OdishaAssembly2024 #CountingNews

Comment