ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନୀ ଫଳାଫଳ ଆସିବା ପରେ ଜାତୀୟ ରାଜନୀତିରେ ଏବେ ପରସ୍ପରକୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ପ୍ରମୁଖ ରାଜନେତା। ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସିଧାସଳଖ ବାକ୍ୟତୀର ମାରିଛନ୍ତି।

ବିଜେପିର ମ୍ୟାଜିକ ଅଙ୍କ ‘୪୦୦ ପାର୍‌’କୁ କଟାକ୍ଷ କରି ମମତା କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଖ୍ୟାଗରିଷ୍ଠତାର ଅଙ୍କ ପାଇପାରି ନାହାନ୍ତି। ଦେଶ ପାଇଁ ତାହା ଖୁସିର କଥା। ଅଯୋଧ୍ୟା ମାଟିରେ ବିଜେପିର ପରାଜୟ ଘଟିଛି। ନରେନ୍ଦ୍ର ମୋଦୀ ନିଜ ବିଶ୍ୱସନୀୟତା ହରେଇ ବସିଛନ୍ତି । ତେଣୁ ସେ ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ୍।”

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦୀ ଓ ଶାହା ସମସ୍ତ ପ୍ରକାର ବାହୁବଳ, ପ୍ରଚୁର ଟଙ୍କା ଖର୍ଚ୍ଚ କରି ମଧ୍ୟ ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି। ମୋଦୀ ଅନେକ ଆସନ ହରାଇଛନ୍ତି। ଏପରିକି ଅଯୋଧ୍ୟା ରାମ ମନ୍ଦିର ଥିବା ଫୈଜାବାଦ ଆସନରେ ମଧ୍ୟ ବିଜେପି ହାରିଛି।”

ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନ ମଧ୍ୟରୁ ୩୨ଟିରେ ଆଗୁଆ ରହିଛି ଇଣ୍ଡିଆ ମେଣ୍ଟର ଅନ୍ୟତମ ଅଂଶୀଦାର ତୃଣମୂଳ କଂଗ୍ରେସ। ବିଜେପି ୯ଟି ଏବଂ କଂଗ୍ରେସ ମାତ୍ର ୧ଟି ଆସନରେ ଆଗୁଆ ରହିଛନ୍ତି।

Tags: #LoksabhaElectionResults #CountingNews #ElectionsResults #ResultsDay #IndianGeneralElections2024

LEAVE A REPLY

Please enter your comment!
Please enter your name here