ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନୀ ମହାସମରରେ ଏଥର ୫ ଜଣ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ନିଜର ରାଜନୈତିକ ଭାଗ୍ୟ ଭବିଷ୍ୟତ ପରୀକ୍ଷା କରିଛନ୍ତି। ସେମାନେ ହେଲେ ବିଜେପିର ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟ, ବିଜେଡିର ବର୍ଷା ପ୍ରିୟଦର୍ଶିନୀ ଏବଂ କଂଗ୍ରେସର ମନୋଜ ମିଶ୍ର।

ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଦିନ ଗୋଟାଏ ସୁଦ୍ଧା କେଉଁ ଆସନରେ କାହାର ସ୍ଥିତି କେମିତି ରହିଛି, ସେ ବିଷୟରେ ଅପଡେଟ୍ ଜାଣି ରଖନ୍ତୁ।

ଦିଗପହଣ୍ଡି ବିଧାନସଭା ଆସନରେ ବିଜେଡିର ବିପ୍ଳବ ପାତ୍ର ଓ ବିଜେପିର ସିଦ୍ଧାନ୍ତ ମହାପାତ୍ରଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ଚାଲିଛି। ୫ ରାଉଣ୍ଡ ଗଣତି ସୁଦ୍ଧା ସିଦ୍ଧାନ୍ତ ୩,୮୪୮ ଭୋଟ୍‌ରେ ଆଗୁଆ ଅଛନ୍ତି।

ସେହିପରି କୋରେଇ ବିଧାନସଭା ଆସନରେ ମୁଖ୍ୟତଃ ବିଜେଡିର ସନ୍ଧ୍ୟାରାଣୀ ଦାସ ଓ ବିଜେପିର ଆକାଶ ଦାସ ନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ରହିଛି। ୩ ରାଉଣ୍ଡ ଗଣତି ସୁଦ୍ଧା ଆକାଶ ୫୫୭ ଭୋଟ୍‌ରେ ଆଗୁଆ ରହିଛନ୍ତି।

ସାଲେପୁର-କଟକ ବିଧାନସଭା ଆସନରେ ବିଜେଡିର ପ୍ରଶାନ୍ତ ବେହେରା ଓ ବିଜେପିର ଅରିନ୍ଦମ ରାୟଙ୍କ ଭିତରେ ମୁଖତଃ ପ୍ରତିଦ୍ୱନ୍ଦ୍ୱିତା ଲାଗିଛି। ୭ ରାଉଣ୍ଡ ଗଣତି ସୁଦ୍ଧା ପ୍ରଶାନ୍ତ ୩ ହଜାର ୩୭୩ ଭୋଟ୍‌ରେ ଆଗୁଆ ରହିଛନ୍ତି।

ବଡ଼ଚଣା ବିଧାନସଭା ଆସନରେ ବିଜେଡିର ବର୍ଷା ପ୍ରିୟଦର୍ଶିନୀ ଓ ବିଜେପିର ଅମର କୁମାର ନାୟକଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେଉଛି। ୩ ରାଉଣ୍ଡ ଗଣତି ସୁଦ୍ଧା ୩ ହଜାର ୮୬୦ ଭୋଟ୍‌ରେ ଆଗୁଆ ଅଛନ୍ତି ଅମର।

ସେହିପରି ବଲାଙ୍ଗିର ଲୋକସଭା ଆସନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମନୋଜ ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି। ସେଠାରେ ବିଜେପିର ସଙ୍ଗୀତା କୁମାରୀ ସିଂଦେଓ ଏବଂ ବିଜେଡିର ସୁରେନ୍ଦ୍ର ସିଂ ଭୋଇଙ୍କ ମଧ୍ୟରେ ମୁଖ୍ୟତଃ ଟକ୍କର ହେଉଛି। ଏଥିରେ ସଙ୍ଗୀତା କୁମାରୀ ସିଂଦେଓ ଆଗରେ ରହିଛନ୍ତି।

#OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews #ElectionsResults #ResultsDay #LokSabhaElectionResults #GeneralElectionsResult2024 #OdishaElectionsResult2024

LEAVE A REPLY

Please enter your comment!
Please enter your name here