ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୨୪ ନିର୍ବାଚନୀ ମହାସମରରେ ବରିଷ୍ଠ ନେତାମାନଙ୍କ ସହ ଫାଇଟ୍ କରୁଛନ୍ତି ଅନେକ ଯୁବ ନେତା ଓ ନେତ୍ରୀ। ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବରିଷ୍ଠ ନେତାଙ୍କ ପୁଅ ଓ ଝିଅ। ପରିବାରବାଦ କ୍ରମରେ ସେମାନେ ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ପିତାଙ୍କଠାରୁ ପ୍ରାପ୍ତ ଉତ୍ତରାଧିକାର ରାଜନୀତିକୁ ଆଗେଇ ନେଉଛନ୍ତି ତ ଅନ୍ୟ କେହି ପିତାଙ୍କ ଅନ୍ତେ ଉତ୍ତରାଧିକାର ରାଜନୀତିକୁ ଆପଣାଇଛନ୍ତି। ଏଥର ଭୋଟ୍ ଗଣତିରେ ବରିଷ୍ଠଙ୍କୁ କଡ଼ା ଟକ୍କର ଦେଇ ଆଗୁଆ ରହିଛନ୍ତି ଅନେକ ଯୁବ ନେତା ଓ ନେତ୍ରୀ।

ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଦିନ ୨ଟା ୩୦ ସୁଦ୍ଧା କେଉଁ ଆସନରେ କାହାର ସ୍ଥିତି କେମିତି ରହିଛି, ସେ ବିଷୟରେ ଅପଡେଟ୍ ଜାଣି ରଖନ୍ତୁ।

ବାଲେଶ୍ୱର: ବିଜେପିର ମାନସ କୁମାର ଦତ୍ତ ଆଗୁଆ
ବାଲେଶ୍ୱର ବିଧାନସଭା ଆସନରେ ୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କଠାରୁ ୧୧ ହଜାର ୯୨୦ ଭୋଟ୍‌ରେ ଆଗରେ ରହିଛନ୍ତି ମାନସ।

ବାଙ୍କୀ: ବିଜେଡିର ଦେବୀ ରଞ୍ଜନ ତ୍ରିପାଠୀ ଆଗୁଆ
ବାଙ୍କୀ ବିଧାନସଭା ଆସନରେ ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କଠାରୁ ୧୫ ହଜାର ୭୫୨ ଭୋଟ୍‌ରେ ଆଗରେ ରହିଛନ୍ତି ଦେବୀ।

ବାରବାଟୀ-କଟକ: କଂଗ୍ରେସର ସୋଫିଆ ଫିର୍ଦ୍ଦୋସ ଆଗୁଆ
ବାରବାଟୀ-କଟକ ବିଧାନସଭା ଆସନରେ ୭ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କଠାରୁ ୭୫୯ ଭୋଟ୍‌ରେ ଆଗରେ ରହିଛନ୍ତି ସୋଫିଆ।

ଭଟ୍‌ଲି: ବିଜେପିର ଇରାଶିଷ ଆଚାର୍ଯ୍ୟ ଆଗୁଆ
ଭଟ୍‌ଲି ବିଧାନସଭା ଆସନରେ ୧୪ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂଙ୍କଠାରୁ ୨୮ ହଜାର ୮୮୯ ଭୋଟ୍‌ରେ ଆଗରେ ରହିଛନ୍ତି ଇରାଶିଷ।

ବ୍ରହ୍ମଗିରି: ବିଜେପିର ଉପାସନା ମହାପାତ୍ର ଆଗୁଆ
ବ୍ରହ୍ମଗିରି ବିଧାନସଭା ଆସନରେ ୧୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କଠାରୁ ୫ ହଜାର ୭୩୧ ଭୋଟ୍‌ରେ ଆଗରେ ରହିଛନ୍ତି ଉପାସନା।

ଚୌଦ୍ୱାର-କଟକ: ବିଜେଡିର ସୌଭିକ ବିଶ୍ୱାଳ ଆଗୁଆ
ଚୌଦ୍ୱାର-କଟକ ବିଧାନସଭା ଆସନରେ ୭ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କଠାରୁ ୪ ହଜାର ୬୩୭ ଭୋଟ୍‌ରେ ଆଗରେ ରହିଛନ୍ତି ସୌଭିକ।

ଧାମନଗର: ବିଜେପିର ସୂରଜ ସୂର୍ଯ୍ୟବଂଶୀ ଆଗୁଆ
ଧାମନଗର ବିଧାନସଭା ଆସନରେ ୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କଠାରୁ ୫ ହଜାର ୫୭୧ ଭୋଟ୍‌ରେ ଆଗରେ ରହିଛନ୍ତି ସୂର୍ଯ୍ୟବଂଶୀ।

ଝାରସୁଗୁଡ଼ା: ବିଜେପିର ଟଙ୍କଧର ତ୍ରିପାଠୀ ଆଗୁଆ
ଝାରସୁଗୁଡ଼ା ବିଧାନସଭା ଆସନରେ ୧୮ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦିପାଳି ଦାସଙ୍କଠାରୁ ୯୬୭ ଭୋଟ୍‌ରେ ଆଗରେ ରହିଛନ୍ତି ଟଙ୍କଧର।

ମାହାଙ୍ଗା: ବିଜେଡିର ଅଙ୍କିତ ପ୍ରତାପ ଜେନା ଆଗୁଆ
ମାହାଙ୍ଗା ବିଧାନସଭା ଆସନରେ ୯ ରାଉଣ୍ଡ ଗଣତି ସୁଦ୍ଧା ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରସାଦ ପ୍ରଧାନଙ୍କଠାରୁ ୩ ହଜାର ୩୨୭ ଭୋଟ୍‌ରେ ଆଗରେ ରହିଛନ୍ତି ଅଙ୍କିତ।

ପଦମ୍‌ପୁର: ବିଜେଡିର ବର୍ଷା ସିଂ ବରିହା ଆଗୁଆ
ପଦମ୍‌ପୁର ବିଧାନସଭା ଆସନରେ ୧୫ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଗୋବର୍ଦ୍ଧନ ଭୋଇଙ୍କଠାରୁ ୧୨ ହଜାର ୨୮୨ ଭୋଟ୍‌ରେ ଆଗରେ ରହିଛନ୍ତି ବର୍ଷା।

ପାଟକୁରା: ବିଜେଡିର ଅରବିନ୍ଦ ମହାପାତ୍ର ଆଗୁଆ
ପାଟକୁରା ବିଧାନସଭା ଆସନରେ ୮ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ତେଜେଶ୍ୱର ପରିଡ଼ାଙ୍କଠାରୁ ୧ ହଜାର ୪୬୩ ଭୋଟ୍‌ରେ ଆଗରେ ରହିଛନ୍ତି ଅରବିନ୍ଦ।

#OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews #ElectionsResults #ResultsDay #LokSabhaElectionResults #GeneralElectionsResult2024 #OdishaElectionsResult2024

LEAVE A REPLY

Please enter your comment!
Please enter your name here