ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ଲୋକସଭା ଫଳାଫଳ ବିଜେପି ମୁହାଁ ମନେହେଉଛି। ସକାଳ ୧୦ଟା ୪୫ ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରତ୍ୟେକ ୨ଟି ଆସନରେ ଆଗୁଆ ରହିଛନ୍ତି।

ସମ୍ବଲପୁରରେ ଧର୍ମେନ୍ଦ୍ର ଆଗରେ, ବବି ପଛରେ

ନିର୍ବାଚନ କମିଶନଙ୍କ ୱେବସାଇଟରେ ସକାଳ ୧୦ଟା ୪୦ ସୁଦ୍ଧା ହୋଇଥିବା ଅପଡେଟ୍ ଅନୁଯାୟୀ, ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ୫୪ ହଜାର ୩୩୮ ଭୋଟ ପାଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଣମ ପ୍ରକାଶ ଦାସ ୪୧ ହଜାର ୨୫୩ ଭୋଟ ପାଇ ୧୩ ହଜାର ୦୮୫ ଭୋଟରେ ପଛୁଆ ଅଛନ୍ତି।
ସେଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଜେଡି ନେତା ନଗେନ୍ଦ୍ର ପ୍ରଧାନ ତୃତୀୟ ସ୍ଥାନରେ ଅଛନ୍ତି। ସେ ୭ ହଜାର ୬୮୭ ଭୋଟ ପାଇଛନ୍ତି।

ପୁରୀରେ ସମ୍ବିତ ଆଗରେ, ଅରୂପ ପଛରେ

ପୁରୀ ଲୋକସଭା ଆସନରେ ବିଜେପିର ସମ୍ବିତ ପାତ୍ର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୧୫ ହଜାରୀ ୫୪୩ ଭୋଟରେ ଆଗୁଆ ଅଛନ୍ତି। ସମ୍ବିତଙ୍କୁ ୮୮ ହଜାର ୬୪୭ ଭୋଟ ମିଳିଥିବା ବେଳେ ଅରୂପ ପାଇଛନ୍ତି ୭୩ ହଜାର ୭୧ ଭୋଟ।

ଗତ ନିର୍ବାଚନରେ ଏଠାରେ ସମ୍ବିତ ପାତ୍ର ଜିତୁ ଜିତୁ ହାରିଥିଲେ। ଏଥର ତାଙ୍କର ବିଜୟର ସମ୍ଭାବନା ରହିଛି।

ବାଲେଶ୍ୱରରେ ପ୍ରତାପ ନନା ଆଗରେ

ବାଲେଶ୍ୱରରେ ବର୍ତ୍ତମାନର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଗରେ ଅଛନ୍ତି। ତାଙ୍କୁ ୩୨ ହଜାର ୪୪୦ ଭୋଟ ମିଳିଛି। ତାଙ୍କ ପଛରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୨୩ ହଜାର ୨୭୬ ଭୋଟ ମିଳିଛି। ଅର୍ଥାତ୍ ଲେଖାଶ୍ରୀଙ୍କଠାରୁ ପ୍ରତାପ ୯ ହଜାର ୧୬୪ ଭୋଟରେ ଆଗରେ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ହେଭିୱେଟ ନେତା ଶ୍ରୀକାନ୍ତ ଜେନାଙ୍କୁ ୧୦ ହଜାର ୮୮୫ଟି ଭୋଟ ମିଳିଛି।

(ବିଶେଷ ସୂଚନା: ସକାଳ ୧୦ଟା ୩୦ ସୁଦ୍ଧା ଆସିଥିବା ତଥ୍ୟ ଅନୁଯାୟୀ)

#OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews

LEAVE A REPLY

Please enter your comment!
Please enter your name here