ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରଜରାଜନଗରରେ ବାଜି ମାରିଲେ ବିଜେପିର ସୁରେଶ ପୂଜାରୀ। ଦଳର ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ ବିଜେଡିର ଅଳକା ମହାନ୍ତିଙ୍କୁ ୨୬ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ରାଜ୍ୟରେ ବିଜେପିର ଲହର ଦଳ ପ୍ରତି ଆଶୀର୍ବାଦ। ଏହା ସହିତ ବିଜେଡିର ପରାଜୟ ଜନତାଙ୍କ ଦଣ୍ଡ ବୋଲି ଜିତିବା ପରେ ସୁରେଶ କହିଛନ୍ତି।

ବ୍ରଜରାଜନଗର ଆସନରୁ ଅତୀତରେ ବାରମ୍ବାର ହାରିଥିଲେ ସୁରେଶ। ୨୦୧୯ ନିର୍ବାଚନରେ ସେ ବରଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ଦଳ ତାଙ୍କୁ ପୁଣି ବିଧାନସଭା ରାଜନୀତି ପାଇଁ ଟିକେଟ ଦେଇଥିଲା। ଏଥର ସେ ସଫଳତା ପାଇଛନ୍ତି।

ସୁରେଶଙ୍କ ବିରୋଧରେ ବ୍ରଜରାଜନଗରର ପୂର୍ବତନ ନେତା କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସୁରେଶଙ୍କୁ ୮୨ ହଜାର ୧୯୯ ଭୋଟ ମିଳିଥିବା ବେଳେ ଅଳକା ୫୫ ହଜାର ୪୧୦ ଭୋଟ ପାଇଛନ୍ତି।

କଂଗ୍ରେସର କିଶୋର ପଟେଲ ୨୧ ହଜାର ୮୦୯ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

#OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews #ElectionsResults #ResultsDay #LokSabhaElectionResults #GeneralElectionsResult2024 #OdishaElectionsResult2024

LEAVE A REPLY

Please enter your comment!
Please enter your name here