ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଖୁବ ଶୀଘ୍ର ଏଥିରୁ ଆଶ୍ଵସ୍ତି ମିଳିବାକୁ ଯାଉଛି। ଜୁନ୍ ୧୦ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ମୌସୁମୀର ଆଗମନ ପରେ ଏହା ରାଜ୍ୟର ଅନ୍ୟ ସବୁ ଅଞ୍ଚଳକୁ ବିସ୍ତାରିତ ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଜୁନ ୯ ତାରିଖରୁ ଦକ୍ଷିଣ ଓଡ଼ିଶାର ବିଭିନ ଜିଲ୍ଲାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏବେ ଆରବ ସାଗର ଉପକୂଳରେ ମୌସୁମୀ ସକ୍ରିୟ ଥିବାବେଳେ ଧୀରେ ଧୀରେ ଏହା ବଙ୍ଗୋପସାଗର ଉପକୂଳରେ ସକ୍ରିୟ ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଗାମୀ ୩ ଦିନ ଯାଏଁ ଓଡ଼ିଶାରେ ଖରା ଅଧିକ ରହିବାର ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟର ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।  

ଏବେ ଓଡ଼ିଶାରେ ମୌସୁମୀ ଆସିବା ପୂର୍ବରୁ ପାଗ ଉଷ୍ମ ଓ ଆର୍ଦ୍ର ରହୁଛି। ଜଳୀୟବାଷ୍ପର ଅଧିକ ମାତ୍ର ଯୋଗୁଁ ଆର୍ଦ୍ରତା ବୃଦ୍ଧି ପାଇ ଗୁଳୁଗୁଳି ହେଉଛି। ତେବେ ଆଗକୁ ବର୍ଷା ପ୍ରଭାବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କମିବ ବୋଲି ଆଶା କରାଯାଉଛି।

Tags: #Weather #Monsoon #Rain #Odisha #MCBBSR

LEAVE A REPLY

Please enter your comment!
Please enter your name here