ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରର ୭୫ ବର୍ଷର ଇତିହାସରେ ସେ ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଭାବେ ଏହି କାରନାମା କରି ଦେଖାଇଛନ୍ତି। ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା କ୍ରମରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି।

ଜବାହରଲାଲ ନେହରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ସେ ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ସ୍ଵାଧୀନତା ହାସଲ କରିବା ସମୟରୁ ହିଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ତାଙ୍କ ନେତୃତ୍ୱରେ ୧୯୫୧ ମସିହାରେ ଭାରତରେ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଥିଲା।

ଏହାପରେ ୧୯୫୭ ଓ ୧୯୬୪ ମସିହାରେ ମଧ୍ୟ ନିର୍ବାଚନ ଜିତି ଦ୍ଵିତୀୟ ଓ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଜବାହରଲାଲ ନେହରୁ। ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସର୍ବାଧିକ ୧୬ ବର୍ଷ ୨୮୬ ଦିନର ରହିଥିଲା।      

ତେବେ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଲୋକସଭା ନିର୍ବାଚନ ଜିତି ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୧୯ରେ ସେ ପ୍ରଧାନମନ୍ତ୍ରୀ ଭାବେ ନିଜର ଦ୍ଵିତୀୟ ପାଳି ଆରମ୍ଭ କରିଥିବାବେଳେ ଏବେ ୨୦୨୪ରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଅନ୍ୟପଟେ ଜବାହରଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ତୃତୀୟ ସର୍ବାଧିକ ଅବଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି।  

ଜାଣନ୍ତୁ ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ କେତେ ରହିଛି?

କ୍ରମିକ ନଂପ୍ରଧାନମନ୍ତ୍ରୀକାର୍ଯ୍ୟକାଳଅବଧି
ଜବାହରଲାଲ ନେହରୁ୧୬ ବର୍ଷ ୨୮୬ ଦିନ୧୫ ଅଗଷ୍ଟ ୧୯୪୭ ରୁ ୨୭ ମେ’ ୧୯୬୪  
ଇନ୍ଦିରା ଗାନ୍ଧୀ୧୫ ବର୍ଷ ୩୫୦ ଦିନ୨୪ ଜାନୁଆରି ୧୯୬୬ରୁ ୨୪ ମାର୍ଚ୍ଚ ୧୯୭୭ ଏବଂ ୧୪ ଜାନୁଆରି ୧୯୮୦ରୁ ୩୧ ଅକ୍ଟୋବର୧୯୮୪
ନରେନ୍ଦ୍ର ମୋଦୀ୧୦ ବର୍ଷ ୧୫ ଦିନ୨୬ ମେ’ ୨୦୧୪ରୁ ଅଦ୍ୟାବଧି
ମନମୋହନ ସିଂହ୧୦ ବର୍ଷ ୪ ଦିନ୨୨ ମେ’ ୨୦୧୪ରୁ ୨୬ ମେ’ ୨୦୧୪
ଅଟଳ ବିହାରୀ ବାଜପେୟୀ୬ ବର୍ଷ ୮୦ ଦିନ୧୬ ମେ’ ୧୯୯୬ରୁ ୧ ଜୁନ୍ ୧୯୯୬ ଏବଂ ୧୯ ମାର୍ଚ୍ଚ ୧୯୯୮ରୁ ୨୨ ମେ’ ୨୦୦୪
ରାଜୀବ ଗାନ୍ଧୀ୫ ବର୍ଷ ୩୨ ଦିନ୩୧ ଅକ୍ଟୋବର ୧୯୮୪ରୁ ୨ ଡିସେମ୍ବର ୧୯୮୯
ପି ଭି ନରସିମହା ରାଓ୪ ବର୍ଷ ୩୩୦ ଦିନ୨୧ ଜୁନ୍ ୧୯୯୧ରୁ ୧୬ ମେ’ ୧୯୯୬
ମୋରର୍ଜୀ ଦେଶାଇ୨ ବର୍ଷ ୧୨୬ ଦିନ୨୪ ମାର୍ଚ୍ଚ ୧୯୭୭ରୁ ୨୮ ଜୁଲାଇ ୧୯୭୯
ଲାଲ ବାହାଦୁର ଶାସ୍ତ୍ରୀ୧ ବର୍ଷ ୨୧୬ ଦିନ୯ ଜୁନ୍ ୧୯୯୬ରୁ ୧୧ ଜାନୁଆରି ୧୯୬୬
୧୦ଭି ପି ସିଂହ୩୪୩ ଦିନ୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦
୧୧ଆଇ କେ ଗୁଜରାଲ୩୩୨ ଦିନ୨୧ ଏପ୍ରିଲ ୧୯୯୭ରୁ ୧୯ ମାର୍ଚ୍ଚ ୧୯୯୮
୧୨ଏଚଡି ଦେବଗୌଡ଼ା୩୨୪ ଦିନ୧ ଜୁନ ୧୯୯୬ରୁ ୨୧ ଏପ୍ରିଲ ୧୯୯୭
୧୩ଚନ୍ଦ୍ର ଶେଖର୨୨୩ ଦିନ୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ୍ ୧୯୯୧
୧୪ଚୌଧୁରୀ ଚରଣ ସିଂହ୧୭୦ ଦିନ୨୮ ଜୁଲାଇ ୧୯୭୯ରୁ ୧୪ ଜୁଲାଇ ୧୯୮୦
୧୫ଗୁଲଜାରିଲାଲ ନନ୍ଦା୨୬ ଦିନ୨୭ ମେ’ ୧୯୬୪ରୁ ୯ ଜୁନ୍ ୧୯୬୪ ଏବଂ ୧୧ ଜାନୁଆରି ୧୯୬୬ରୁ ୨୪ ଜାନୁଆରି ୧୯୬୬

Tags: #NarendraModi #PrimeMinister #JawaharlalNehru #Politics #India

LEAVE A REPLY

Please enter your comment!
Please enter your name here