ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ସରକାର ଗଢ଼ିଛି ବିଜେପି। ମୋହନ ଚରଣ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟ ପାଇଁ କୈଣସି ଉପଯୁକ୍ତ ସ୍ଥାନ ବଛା ଯାଇପାରିନାହିଁ। ଏଥିପାଇଁ ଭୁବନେଶ୍ଵର ସ୍ଥିତ ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ କରାଯାଇଛି।

ଗୁରୁବାର ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଠାରେ ସେ ବିଭିନ୍ନ ନେତା, ମନ୍ତ୍ରୀ ଓ ଅଧିକାରୀଙ୍କୁ ମଧ୍ୟ ଭେଟି ତାଙ୍କ ସହ ଆଲୋଚନା କରୁଛନ୍ତି।

ନବୀନ ପଟ୍ଟନାୟକ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ତାଙ୍କୁ ସରକାରୀ ବାସଭବନ ଦିଆଯାଇଥିଲା। ହେଲେ ସେ ସରକାରୀ ଘର ପରିବର୍ତ୍ତେ ନିଜ ବାସଭବନରୁ କାମ କରିବାକୁ ପସନ୍ଦ କରିଥିଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ୨୪ ବର୍ଷରୁ ଅବ୍ୟବସ୍ଥିତ ହୋଇ ପଡ଼ିରହିଛି।

Tags: #CMofOdisha #MohanCharanMajhi #CMoffice #Bhubaneswar #Odisha

LEAVE A REPLY

Please enter your comment!
Please enter your name here