ଓଡ଼ିଶାଲାଇଭ୍ ବ୍ୟୁରୋ

ଜବତ ବୋମାକୁ ନିଷ୍କ୍ରିୟ କରିବା ସମୟରେ ବିସ୍ଫୋରଣ ଘଟି ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି କଟକ ସଦର ଥାନା ଅଞ୍ଚଳରେ। ମୃତକ ହେଉଛନ୍ତି ହାବିଳଦାର ପ୍ରଦୀପ କୁମାର ମଲ୍ଲିକ।

ସଦର ଥାନାର ଏକ ପରିତ୍ୟକ୍ତ ଘରେ ବୋମା ରଖାଯାଇଥିଲା। ଏହି ବୋମାକୁ ନିଷ୍କ୍ରିୟ କରିବା ପାଇଁ ଶୁକ୍ରବାର ଦିନ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାକୁ ନିଆଯାଇଥିଲା। ବୋମାକୁ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିଷ୍କ୍ରିୟକାରୀ ଟିମ୍‌ରେ ଥିବା ପ୍ରଦୀପ କୁମାର ମଲ୍ଲିକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ମୃତ ପ୍ରଦୀପଙ୍କ ଘର କଟକ ପୀରବଜାରରେ। ସେ ରିଜର୍ଭ ଅଫିସରେ ହାବିଳଦାର ଭାବେ କାର୍ଯ୍ୟ କରୁଥିଲେ।

ପୋଲିସର ବରିଷ୍ଠ ଅଧିକାରୀ ଏବଂ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯିବ ବୋଲି ଏଡିସିପି ଅନୀଲ ମିଶ୍ର କହିଛନ୍ତି। ତେବେ ଏଗୁଡ଼ିକ ମୋବା ନୁହେଁ ବାଣ ଥିଲା ବୋଲି ଏଡିସିପି କହିଛନ୍ତି।

Tags: #Bombblast #Cuttack #Death #BombDefusing #PoliceInvestigation

LEAVE A REPLY

Please enter your comment!
Please enter your name here