ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ୮ ବର୍ଷର ଅପେକ୍ଷା ପରେ ଏହି ଲିଗ୍ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଏଥିରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ। ୨୦୨୪ ଡିସେମ୍ବର ଓ ୨୦୨୫ ଫେବ୍ରୁଆରି ମାସ ମଧ୍ୟରେ ଆୟୋଜିତ ହେବ ଏହି ଟୁର୍ଣ୍ଣାମେଣ୍ଟ। ଏନେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି।

ଏଚଆଇଏଲ୍ ୨୦୨୪-୨୫ ପାଇଁ ଶୁକ୍ରବାରଠାରୁ ଖେଳାଳିଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି। ଏହା ଜୁନ୍ ୩୦ ତାରିଖ ଯାଏଁ ଚାଲିବ। ଏଥିରେ ଭାରତ ସମେତ ୧୫ଟି ଦେଶର ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ପଞ୍ଜୀକରଣ କରିବାକୁ ଆମନ୍ତ୍ରଣ କରାଯାଇଛି।  

“ହକି ଇଣ୍ଡିଆ ପୁଣି ଥରେ ହକି ଇଣ୍ଡିଆ ଲିଗ୍ ଆରମ୍ଭ କରିବାକୁ ଯାଉଥିବାରୁ ଆମେ ବହୁତ ଖୁସି। ଏକ ଲିଗକୁ ସାରା ବିଶ୍ୱରେ ହକି ଖେଳାଳି ଏବଂ ପ୍ରଶଂସକମାନେ ଭଲ ପାଉଥିଲେ। ପ୍ରତିଯୋଗିତାରେ ଆମ ଖେଳାଳିମାନେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ସହିତ ଏବଂ ବିପକ୍ଷରେ ଖେଳିବାର ସୁଯୋଗ ପାଇବେ’’, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।  

ତେବେ ଏଥର ହକି ଇଣ୍ଡିଆ ପକ୍ଷରୁ ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗରେ ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଉଭୟ ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟ ଏକା ସାଙ୍ଗରେ ଚାଲିବ।

୨୦୧୩ ମସିହାରେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ଲିଗ୍ ଆରମ୍ଭ ହୋଇଥିଲା। ୨୦୧୭ ମସିହାରେ ଏହା ଶେଷ ଥର ପାଇଁ ଆୟୋଜିତ ହୋଇଥିଲା। ଏଚଆଇଏଲର ୫ଟି ଯାକ ସଂସ୍କରଣରେ ଅଲଗା ଅଲଗା ଦଳ ଟାଇଟଲ ଜିତିଥିଲେ। ୨୦୧୭ ମସିହାରେ ଓଡ଼ିଶାର ‘କଳିଙ୍ଗ ଲାନ୍ସର୍ସ’ ଦଳ ଏହାର ଶେଷ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇଥିଲା।  

ଜାଣନ୍ତୁ କେବେ କେଉଁ ଦଳ ହୋଇଥିଲା ଚାମ୍ପିୟନ

ସଂସ୍କରଣଚାମ୍ପିୟନରନର୍ସ-ଅପଫାଇନାଲ ସ୍କୋର
୨୦୧୩ରାଞ୍ଚି ରାଇନୋଜ୍ଦିଲ୍ଲୀ ୱେଭରାଇଡର୍ସ୨-୧
୨୦୧୪ଦିଲ୍ଲୀ ୱେଭରାଇଡର୍ସପଞ୍ଜାବ ୱାରିୟର୍ସ୩-୩  (୩-୧ ପେନାଲ୍ଟି)
୨୦୧୫ରାଞ୍ଚି ରେଜ୍ପଞ୍ଜାବ ୱାରିୟର୍ସ୨-୨ (୩-୨ ପେନାଲ୍ଟି)
୨୦୧୬ପଞ୍ଜାବ ୱାରିୟର୍ସକଳିଙ୍ଗ ଲାନ୍ସର୍ସ୬-୧
୨୦୧୭କଳିଙ୍ଗ ଲାନ୍ସର୍ସଦବଙ୍ଗ ମୁମ୍ବାଇ୪-୧

Tags: #HockeyIndiaLeague #HIL #Hockey #DillipTirkey #Sports #HockeyIndia

LEAVE A REPLY

Please enter your comment!
Please enter your name here