ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା ଦିନଠାରୁ ବଡ଼ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଜମୁଛି। ସିଂହଦ୍ଵାର ସମ୍ମୁଖରେ ପୂର୍ବଭଳି ଭିଡ଼ ନଥିଲେ ମଧ୍ୟ ଶ୍ରୀମନ୍ଦିର ଭିତରେ ଭିଡ଼ ଲାଗି ରହୁଛି। ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ଡିଜି ଅରୁଣ କୁମରା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

କୌଣସି ଅପ୍ରୀତିକର ପରସ୍ଥିତିକୁ ଏଡ଼ାଇବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିରର ବାହାରେ ଏବଂ ଭିତରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଯାଉଥିବା ଭକ୍ତ ଭିଡ଼କୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା ଡିଜିପି କହିଛନ୍ତି।

Tags: #PuriShreeMandir #ShreeJagannath #SecurityArrangement #Odisha

LEAVE A REPLY

Please enter your comment!
Please enter your name here