ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ରାୟଗଡ଼ା ସହର ଉପଖଣ୍ଡ ପିତାମହଲସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଅନ୍ତର୍ଜତୀୟ ଯୋଗ ଦିବସ ପାଳନ କରାଯାଇଛି।

କାର୍ଯ୍ୟକ୍ରମରେ ପତାଞ୍ଜଳି ଯୋଗପୀଠର ଯୋଗଗୁରୁ ରାଜେଶ ଜୀ ଯୋଗଦେଇ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର, ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର ଓ ନିର୍ଦ୍ଦେଶକ ଡକ୍ଟର ରାଜେଶ କୁମାର ପାଢ଼ୀ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Tags: #InternationalYogaDay2024 #YogaBenefits #CenturionUniversity #Rayagada #Odisha

LEAVE A REPLY

Please enter your comment!
Please enter your name here