ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ଵବ୍ୟାପି ଏହି ଦିବସ ପାଳନ କରାଯାଉଛି। ଯୋଗ ମଣିଷକୁ ଶାରୀରିକ ଏବଂ ମାନସିକସ୍ତରରେ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଯୋଗ ଦ୍ଵାରା ଅନେକ ରୋଗରୁ ଉପଶମ ମିଳେ ବୋଲି ବିଶେଷଜ୍ଞମାନେ କୁହନ୍ତି।

ଯୋଗ ହେଉଛି ଏକ ସାଧନ। ଯୋଗକୁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କରି ସୁସ୍ଥ ରହିପାରିବେ। କିନ୍ତୁ ସମସ୍ତଙ୍କ ପାଇଁ ଯୋଗର ଆସନ ଭିନ୍ନଭିନ୍ନ ହୋଇଥାଏ। ଯୋଗ ଦ୍ଵାରା ବୟସ୍କଙ୍କଠାରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାରୁ ଉପଶମ ମିଳିପାରିବ ବୋଲି କୁହନ୍ତି ଯୋଗ ଶିକ୍ଷକ।

ସୁସ୍ଥ ରହିବା ପାଇଁ ବ୍ୟାୟାମ, ଯୋଗାସନ ଓ ପ୍ରାଣାୟାମର ଗୁରୁତ୍ଵ ରହିଛି। ତେଣୁ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ନିହାତି ଜରୁରୀ। ବୟସ୍କମାନେ ଯୋଗ ଅଭାସ କରିବା ଦ୍ଵାରା ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ।

ବୟସ୍କମାନେ ସୁସ୍ଥ ରହିବା ପାଇଁ କେଉଁ ଆସନ କରିବେ ଏବଂ କିପରି କରିବେ, ସେ ନେଇ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାରଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #InternationalYogaDay2025 #Yoga #YogaBenefits #SuryaNamaskar #OdiaHealthTips

Comment