ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଏହି ଅବସରରେ ହରଭଙ୍ଗା ବ୍ଲକସ୍ଥିତ ଠିଡ଼ିକାଜୋର ଶ୍ରୀପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଛି।

ଶନିବାର ସକାଳୁ ଯଥାରୀତି ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା। ଏହାପରେ ଧଳପୁର ମହାନଦୀ ଘାଟରୁ ୧୦୮ ଗରା ଜଳ ଆଣି ତାକୁ ଅଭିମନ୍ତ୍ରିତ କରାଯାଇଥିଲା। ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ସ୍ନାନ ପରେ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ବାମଦେବ ଦାଶ, ସୁଧାଂଶୁ ଦାଶ, ସନ୍ତୋଷ ପ୍ରଣିଗ୍ରାହୀ, ମନ୍ଦିର ପୂଜକ ନାରାୟଣ ନନ୍ଦ ପ୍ରମୁଖ ସ୍ନାନଯାତ୍ରାର ସମସ୍ତ ନୀତି ସମ୍ପନ୍ନ କରିଥିଲେ। କମିଟି ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ସମସ୍ତ ସଦସ୍ୟ ଏବଂ ସାଧାରଣ ଭକ୍ତ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହୋଇଥିଲେ। ଅର୍ଜୁନ କହଁର, ଦୁର୍ଯ୍ୟୋଧନ ସାହୁ, ସୁରେଶ ବେହେରା, ରମେଶଚନ୍ଦ୍ର ସାହୁ, ଯୋଗେଶ୍ୱର ନାୟକ,ସୁଶାନ୍ତ କହଁର,ଏସ ସାତ୍ରୀ ପାତ୍ର ପ୍ରମୁଖ କମିଟି ସଦସ୍ୟ ଓ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ଥିଲେ।

Tags: #DebasnanaPurnima #Boudh #ShreeJagannath #Odisha #Tradition #SnanaNiti

LEAVE A REPLY

Please enter your comment!
Please enter your name here