ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ଶନିବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ମହାସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣିମୀ ତିଥିର ଏହି ଦିନକୁ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାନ୍ତି।

ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ବିଶ୍ୱବାସୀଙ୍କୁ ଦର୍ଶନର ସୁଯୋଗ ଦେବାକୁ ପ୍ରତିବର୍ଷ ରଥଯାତ୍ରାରେ ଯାଇଥାନ୍ତି। ଏହା ପୂର୍ବରୁ ମହାପ୍ରଭୁ ସ୍ନାନବେଦୀରେ ମହାସ୍ନାନ କରିଥାନ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅଣସର ଘରେ ରହିଥାନ୍ତି। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥଯାତ୍ରାରେ ବାହାରିଥାନ୍ତି।

ଦେବସ୍ନାନ ପୂର୍ଣ୍ଣିମାନରେ ମହାପ୍ରଭୁ ପ୍ରଥମ ଗୋଟି ପହଣ୍ଡିରେ ସ୍ନାନବେଦୀକୁ ଆସିଥାନ୍ତି। ସେଠାରେ ସମସ୍ତ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁ ସ୍ନାନ କରିଥାନ୍ତି। ଶେଷରେ ମହାପ୍ରଭୁଙ୍କର ହାତୀ ବେଶ କରାଯାଏ। ଏହାପରେ ପୁଣିଥରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଯାଇଥାନ୍ତି।

Tags: #DebasnanaPurnima #Puri #ShreeMandir #ShreeJagannath #Odisha #Tradition

LEAVE A REPLY

Please enter your comment!
Please enter your name here