ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମହୁଲପାଟଣା ଗାଁରେ ଶନିବାର ଅପରାହ୍ଣରେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ମୃତକ ହେଉଛନ୍ତି ମହୁଲପାଟଣା ଗାଁର ଖଗେଶ୍ୱର ପଲେଇ।

ଖଗେଶ୍ୱର ବାଣ ବ୍ୟବସାୟ କରୁଥିଲେ। ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୨ଟା ସମୟରେ ଘର ନିକଟରେ ଥିବା ଏକ ଅସ୍ଥାୟୀ ବାଣ ଗୋଦାମକୁ ଯାଇଥିଲେ। ଏହି ସମୟରେ ହଠାତ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୂରା ଗ୍ରାମବାସୀ ଏହାକୁ ଅନୁଭବ କରିପାରିଥିଲେ।

କୌଣସି ଅଘଟଣ ଆଶଙ୍କା କରି ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଅସ୍ଥାୟୀ ବାଣ ଗୋଦାମ ଘରର ଛପର ଉଡ଼ି ଯାଇଥିବାବେଳେ ଖଗେଶ୍ୱରଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିରହିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ବୈଶିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: #Mayurbhanj #MahulapatnaVillage #Death #CrackerBurst # #crackergodown

LEAVE A REPLY

Please enter your comment!
Please enter your name here