ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଛି ଡିପଥେରିଆ। ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଶିଶୁଙ୍କର ମୃତ୍ୟୁ ହେବା ସ୍ଵାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି।

ନାରାୟଣପାଟଣାରେ ଡାକ୍ତରୀ ଟିମ୍ ପହଞ୍ଚି ଶିଶୁମାନଙ୍କ ମୃତ୍ୟୁର କାରଣ ଖୋଜୁଛି। ସପ୍ତାହକ ମଧ୍ୟରେ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଶିଶୁମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସା ଲାଗି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତ ଶିଶୁମାନଙ୍କ ମଧ୍ୟରୁ ୩ ଜଣ ଗତିଗୁଡ଼ା ଗାଁର ହୋଇଥିବାବେଳେ ଡାଝୋଲା ଗାଁର ଜଣେ ରହିଛନ୍ତି। ତେବେ ମୃତ ଶିଶୁମାନଙ୍କୁ ଡିପଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଗାଁ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଶିଶୁମାନଙ୍କର ସ୍ଵାସ୍ଥ୍ୟାବସ୍ଥା ପରୀକ୍ଷା କରୁଛନ୍ତି।

ଏପଟେ ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ସୀମାରେ ଡିପଥେରିଆ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ସାମ୍ନାକୁ ଆସିନାହିଁ। ସମସ୍ତଙ୍କର ଟୀକାକରଣ କରାଯାଉଛି। ପ୍ରତିକାର ଲାଗି  ବ୍ୟବସ୍ଥା କରାଯାଉଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷପଦରରୁ ପ୍ରଥମେ ଆରମ୍ଭ ହୋଇଥିବା ଡିପଥେରିଆ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ମାଡ଼ିଛି। ପୂର୍ବରୁ କାଶୀପୁରରେ ଡିପଥେରିଆରେ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା।

Tags: #Diphtheria #Disease #Koraput #Narayanpatna #Death #Odisha #Infection #Treatment

LEAVE A REPLY

Please enter your comment!
Please enter your name here