ଓଡ଼ିଶାଲାଇଭ୍ ବ୍ୟୁରୋ

ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।

ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜ୍ଵର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ ଦିଅଁ ବିଜେ ହୋଇଛନ୍ତି। ଅଣସର ଦ୍ୱାର ସମ୍ମୁଖରେ ପଟ ଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ରବିବାରଠାରୁ ପଟଦିଅଁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଦର୍ଶନ କରିବା ପାଇଁ ଯାଇଥାନ୍ତି ଭକ୍ତ। କୁହାଯାଏ ଅଲାରନାଥରେ ମହାପ୍ରଭୁ ବିଜେ କରିଥାନ୍ତି। ଏହି ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ୧୫ ଦିନ ଯାଏଁ ଅଣସର ପିଣ୍ଡିରେ ଚାଲିବ ମହାପ୍ରଭୁଙ୍କ ଗୁପ୍ତ ସେବା।

ଅଲାରନାଥ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #ShreeJagannath #ShreeMandir #AlarnathTemple #AlarnathDarshan #Bramhagiri #Puri

LEAVE A REPLY

Please enter your comment!
Please enter your name here