ଓଡ଼ିଶାଲାଇଭ୍ ବ୍ୟୁରୋ

ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ତୃତୀୟ ଦ୍ଵିମାସିକ ଗଳ୍ପ ପଠନ ଓ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶନିବାର ଏହାର ଆୟୋଜନ କରାଯାଇଥିଲା। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ କବି ଅଲେଖ ଚରଣ ରାଉତ ଏହାର ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ କବି ତଥା ଔପନ୍ୟାସିକ ବାଦଲ ମହାନ୍ତି ଯୋଗ ଦେଇଥିଲେ। ଏହାସହ କଳିଙ୍ଗ ଟିଭିର ଡେପୁଟି ଏଡିଟର ଡକ୍ଟର ସୌମ୍ୟା ପରିଡ଼ା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଓଡ଼ିଆ କବିତା ଓ ଗଳ୍ପର ସମୀକ୍ଷା କରାଯାଇଥିଲାl

ଏଠାରେ ସଭା ଆରମ୍ଭ ସମୟରେ କବୟିତ୍ରୀ ସୌଦାମିନୀ ସାମନ୍ତରାୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଛନ୍ଦ ହୀନ କବିତାରେ ଛନ୍ଦର ଆତ୍ମସତ୍ତା ବିଷୟରେ କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାଷା ସାହିତ୍ୟର ଉନ୍ନତିରେ ସ୍ରଷ୍ଟାମାନଙ୍କ ଭୂମିକା ବିଷୟରେ ସେ ଚର୍ଚ୍ଚା କରିଥିଲେ।

ଏହି ଆଲୋଚନା ଚକ୍ରରେ ଗାଳ୍ପିକ ନୀଳାଦ୍ରୀ ନିଶଙ୍କ, କ୍ଷୀରୋଦ ବିହାରୀ ବିଶ୍ୱାଳ, ରଶ୍ମିତା ସାହୁ, ସ୍ନେହଲତା ଦାଶ ଲେଙ୍କା ଏବଂ ଅନ୍ନପୂର୍ଣ୍ଣା ଭଟ୍ଟ ଗଳ୍ପ ପାଠ କରିଥିଲେ। ସେହିପରି କବି ଓ କବୟିତ୍ରୀଙ୍କ ମଧ୍ୟରେ ଇତିଶ୍ରୀ ପତି, ଗୀତାଞ୍ଜଳି ମହାନ୍ତି, ନିଶିପଦ୍ମା ଶୁଭଦର୍ଶିନୀ, ତରୁଣ କୁମାର ମିଶ୍ର, ଗୀତାଞ୍ଜଳି ମହାନ୍ତି, ପ୍ରଜ୍ଞାଲୀନ ସାହୁ, ସୁଷମା ଲେଙ୍କା, ସୁଧା ପଟ୍ଟନାୟକ, ଆଶୁତୋଷ ମିଶ୍ର, ସୌଦାମିନୀ ସାମଲ, ଅନନ୍ତ ଚରଣ ସାହୁ, ଚିନାରୀ ମୋହନ ପାତ୍ର ଏବଂ ପ୍ରିୟ ରଞ୍ଜନ ସାହୁ ପ୍ରମୁଖ ଶ୍ରୁତିମଧୁର କବିତା ପାଠ କରିଥିଲେ।

Tags: #SrustiOSrasta #OdiaLiterature #PoetryandStory #Bhubaneswar

LEAVE A REPLY

Please enter your comment!
Please enter your name here