ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୭,୭୨୭ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ଏହି ପଦବୀ ପୂରଣ ପାଇଁ କମ୍ବବାଇନ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା (ସିଜିଏଲ୍) କରାଯିବ।

ସିଜିଏଲ୍ ପରୀକ୍ଷା ଲାଗି ଏବେ ଅନଲାଇନରେ ଅବେଦନ ଜାରି ରହିଛି। ଜୁଲାଇ ୨୪ ଆବେଦନର ଶେଷ ତାରିଖ।

ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ

  • ଅସିଷ୍ଟାଣ୍ଟ ସେକ୍ସନ ଅଫିସର (ବିଭିନ୍ନ ବିଭାଗ)
  • ଇନକମ ଟ୍ୟାକ୍ସ ଇନ୍ସପେକ୍ଟର
  • ଅସିଷ୍ଟାଣ୍ଟ ଅଡିଟ୍ ଅଫିସର
  • ଅସିଷ୍ଟାଣ୍ଟ ଆକାଉଣ୍ଟସ୍ ଅଫିସର
  • ଜୁନିୟର ଷ୍ଟାଟିଷ୍ଟିକାଲ୍ ଅଫିସର
  • ଅଡିଟର ଓ ଅନ୍ୟାନ୍ୟ ପଦବୀ

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ୨ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ୨ୟ ପର୍ଯ୍ୟାୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପାର୍ଥୀଙ୍କର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବ।

କେମିତି କରିବେ ଆବେଦନ

  • ଷ୍ଟାଫ୍ ସିଲେକ୍ସନ କମିସନର ୱେବସାଇଟ୍ www.ssc.gov.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
  • ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସଏସସିର ଏହି ସିଜିଏଲ ପରୀକ୍ଷାରେ ଅଣସରଂକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ୧୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏହି ପରୀକ୍ଷା କେବେ ହେବ, ସେନେଇ ଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ପରୀକ୍ଷାର ଅଧିକ ସୂଚନା ଏସଏସସି ୱେବସାଇଟରେ ଉପଲବ୍ଧ।

Tags: #SSC #CGLExamination #OnlineApplication #Employmentoppertunities #GovtofIndia

LEAVE A REPLY

Please enter your comment!
Please enter your name here