ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ। ରାଜ୍ୟରେ ନୂଆ ସରକାର ଗଠନ ହେବାପରେ ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ସେ ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ନବୀନ ଜିନ୍ଦଲ।

ଓଡ଼ିଶା ଗସ୍ତ ଅବସରରେ ନବୀନ ଜିନ୍ଦଲ ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ବିଶ୍ଵର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି। ବର୍ଷକ ମଧ୍ୟରେ ଏଠାରୁ ଇସ୍ପାତ ଉତ୍ପାଦନ କ୍ଷମତା ଦୁଇ ଗୁଣା ବୃଦ୍ଧି ପାଇବ ଏବଂ ୨୦୨୫ ସୁଦ୍ଧା ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ସାରିବ ବୋଲି ସେ କହିଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲାରୁ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯିବ। ଆଗକୁ ଜିନ୍ଦଲ ଷ୍ଟିଲର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ।

Tags: #CMMohanCharanMajhi #NaveenJindal #JSPL #SteelProduction #Odisha

Comment