ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଦିନ ଧରି ଅଧାବାଟରେ ଅଟକି ରହିଥିବା କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ଦିନରେ ମାଉସୀ ମା’ ମନ୍ଦିର ଆଗରେ ଲାଗିଛି। ମାଉସୀ ମା’ ମନ୍ଦିର ସମ୍ମୁଖରେ ରଥ ପହଞ୍ଚିବା ପରେ ଠାକୁର ନୀତିକାନ୍ତି ଆରମ୍ଭ ହୋଇଛି।
ଶ୍ରୀଗୁଣ୍ଡିଚା ଦିନଠାରୁ ବ୍ରହ୍ମ ତାଳଧ୍ଵଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥିଲା। କିନ୍ତୁ ମାଉସୀ ମା’ ମନ୍ଦିର ନିକଟକୁ ପହଞ୍ଚି ପାରିଥିଲେ ଠାକୁର। କାରଣ ରଥ ବାରମ୍ବାର ବାମମୋଡ଼ ନେଉଥିବାରୁ ଚକଡ଼ା ଲାଗିବାକୁ ବିଳମ୍ବ ହେଉଥିଲା।
ସମସ୍ତ ଚେଷ୍ଟା ବିଫଳ ହେବା ପରେ ହାଇଡ୍ରୋଲିକ ଜ୍ୟାକ ମେସିନ ସହାୟତାରେ ରଥକୁ ବାରମ୍ବାର ସିଧା କରାଯାଇଥିଲା। ଶେଷରେ ମାଉସୀ ମା’ ମନ୍ଦିର ନିକଟକୁ ପହଞ୍ଚିବା ପାଇଁ ଠାକୁରଙ୍କୁ ଲାଗିଗଲା ଚାରିଦିନ। ବୁଧବାର ଦିନ ବ୍ରହ୍ମ ତାଳଧ୍ଵଜ ରଥ ମାଉସୀ ମା’ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Tags: #Rathyatra #RathJatra #Kendrapara #Bramhataladhwaja #Mausimaatemple

















