ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୨୫ ତାରିଖରେ ଆସିବ ଓଡ଼ିଶାର ନୂଆ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଏହା ପୂର୍ବରୁ ଶନିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ। ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ।

ବୈଠକରେ ବିଭିନ୍ନ ବିଭାଗର ବିଶେଷଜ୍ଞ, ଅର୍ଥନୀତିଜ୍ଞ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥସଚିବ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ୨୦୨୪-୨୫ ବଜେଟର ରୂପରେଖ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଏହି ବଜେଟ ଲୋକଙ୍କ ବିଜେଟ ହିସାବରେ ଉପସ୍ଥାନ କରାଯିବ। ସମସ୍ତଙ୍କୁ ସୁହାଇଲା ଭଳି ବଜେଟ ଆଣିବାକୁ ଉଦ୍ୟମ ଜାରି ରହିଛି।

ଆଗାମୀ ବଜେଟ ପାଇଁ ଅନଲାଇନ ମାଧ୍ୟମରେ ସାଧାରଣ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା। ୧୨ ହଜାରରୁ ଅଧିକ ଲୋକ ନିଜ ନିଜର ମତ ରଖିଛନ୍ତି। ଏହା ବେଶ ଉତ୍ସାହଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବୈଠକରେ ୨୬ ଜଣ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି। ଆସିଥିବା ସମସ୍ତ ପ୍ରସ୍ତାବ ଏବଂ ମତାମତକୁ ଗ୍ରହଣ କରାଯାଇଛି। ସମସ୍ତଙ୍କ ମତାମତକୁ ନେଇ ଏବଂ ସବୁ ବର୍ଗକୁ ସୁହାଇଲା ଭଳି ବଜେଟ୍ ପ୍ରସ୍ତୁତ କରାଯାଉଛି। ଆଗାମୀ ବଜେଟ ରାଜ୍ୟର ବିକାଶରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Tags: #Odisha #Budget #OdishaGovt #CMMohanCharanMajhi #OdishaAssembly #PreBudgetConsultation

LEAVE A REPLY

Please enter your comment!
Please enter your name here