ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ।
ଶନିବାର ଭୋର ୪ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରୁ ୯ଟି ହାତୀ ରାଇସୁଳ କିଆଖାଲି ଗାଁ ଅଭିମୁଖେ ଆସୁଥିଲେ। ଏହି ସମୟରେ ଗୋଟିଏ ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ପରେ ହାତୀଟିର ମୃତ୍ୟୁ ହୋଇଥିବା ନେଇ ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି। ମୃତ ହାତୀର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ସେ କହିଛନ୍ତି।
Tags: #Mayurbhanj #Elephant #Death #ElectricShock #Odisha

















