ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ଜଗନ୍ନାଥ  ବୋଲି…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।

ପବିତ୍ର ରଥଯାତ୍ରା ଉପଲକ୍ଷେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରୁ ଶୁଣନ୍ତୁ ଲୋକପ୍ରିୟ ଓଡ଼ିଆ ସଂଗୀତ ‘ଜଗନ୍ନାଥ ବୋଲି…’।

ଏହି ସଂଗୀତ ମାଧ୍ୟରେ ବାଳକୃଷ୍ଣ ଦାସ କହୁଛନ୍ତି, ଯିଏ ସାରା ବିଶ୍ଵରେ ଜଗନ୍ନାଥ ଭାବେ ଜଣା, ତାକୁ କିଛି ବି କଥା ଅଜଣା ନାହିଁ। ସମସ୍ତଙ୍କ ମନକଥା ତାଙ୍କୁ ଜଣା, ତାଙ୍କ ଆଗରେ କେଉଁ ଦୁଃଖ ଜଣାଇବି, ଯାହା ତାଙ୍କୁ ଜଣାନାହିଁ। ଏହି ସଂଗୀତ ବହୁ ପୁରୁଣା ହୋଇଥିବାବେଳେ ଏବେ ବି ଶ୍ରୀଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ସ୍ପର୍ଶ କରେ।

Tags: #BalakrushanaDas #OdishaSong #OdiaBhajana #RathYatra #RathJatra2024 #SangeetSudhakar

Comment