ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାକୁ ଲାଗିଛି। ବିଭିନ୍ନ ସମସ୍ୟା କାରଣରୁ ଚାପଗ୍ରସ୍ତ ବ୍ୟକ୍ତି ସମାଧାନର ବାଟ ନପାଇ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥାନ୍ତି। ଗୋଟିଏ ଦୁର୍ବଳ ମୁହୂର୍ତ୍ତର ନିଷ୍ପତ୍ତି କ୍ଷଣିକରେ ସବୁକିଛି ଛାରଖାର କରିଦିଏ। ଆତ୍ମହତ୍ୟା ସମସ୍ୟା ସମାଧାନର ବାଟ ନୁହେଁ ବୋଲି କୁହନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ ୧୫ରୁ ୨୯ ବର୍ଷର ଯୁବପିଢ଼ି ଆତ୍ମହତ୍ୟାକୁ ଚରମ ସୀମା ଭାବେ ବାଛି ନେଉଛନ୍ତି। ମାନସିକ ଚାପ ବା ଡିପ୍ରେସନ ଆତ୍ମହତ୍ୟା କରିବାର ଏକ ମୁଖ୍ୟ କାରଣ ବୋଲି ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କୁହନ୍ତି।

ଆତ୍ମହତ୍ୟା କ’ଣ, ଗୋଟିଏ ମଣିଷ କାହିଁକି ଆତ୍ମହତ୍ୟାକୁ ସହଜ ବାଟ ଭାବନ୍ତି, ଆତ୍ମହତ୍ୟାର ଲକ୍ଷଣ କ’ଣ, ଆତ୍ମହତ୍ୟା ପ୍ରବଣତାକୁ କିପରି ରୋକିହେବ, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ କେମିତି ସନ୍ତୁଳନ ଆଣିବା, ସେ ନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SuicidePrevention #Suicide #SuicidalTendency #DoctorsAdvice

LEAVE A REPLY

Please enter your comment!
Please enter your name here