ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭୁବନେଶ୍ଵର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ।

ଭୁବନେଶ୍ଵର, ସୋନପୁର, ବରଗଡ଼, ବଲାଙ୍ଗିର ସମେତ ରାଜ୍ୟର ୧୦ଟି ସ୍ଥାନରେ ଥିବା ରାମଚନ୍ଦ୍ର ମିଶ୍ରଙ୍କ କାର୍ଯ୍ୟାଳୟ ସମେତ ଘର ଉପରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଏହି ଚଢ଼ଉରେ ୧୦ ଜଣ ଡିଏସପି, ୧୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଆଉ ବର୍ଷେ ପରେ ଅବସର ନେଇଥାନ୍ତେ ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଏବେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ରାମଚନ୍ଦ୍ର ମିଶ୍ରଙ୍କର ବିଭିନ୍ନ ସ୍ଥାନରେ ୩୦ଟି ଫ୍ଲାଟ, ଗୋଟିଏ ରାଇସ ମିଲ, ଗୋଟିଏ ଫାର୍ମ ହାଉସ, ନଗଦ ଟଙ୍କା ଏବଂ ସୁନା ଗହଣା ଠାବ କରାଯାଇଛି। ମୋଟ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଛି।

Tags: #Vigilanceraid #Corruption #Bhubaneswar #Odisha #JointCommissionerOfExcise #RamachandraMishra

LEAVE A REPLY

Please enter your comment!
Please enter your name here