ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ମଙ୍ଗଳବାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ନିଜର ତୃତୀୟ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏଥିସହ ଚଳିତ ଅଲିମ୍ପିକ୍ସରେ ଦଳ ଦ୍ଵିତୀୟ ବିଜୟ ସହ ୭ ପଏଣ୍ଟ ହାସଲ କରି ନିଜ ଗ୍ରୁପର ଶୀର୍ଷରେ ପହଞ୍ଚିଛି।

ମଙ୍ଗଳବାର ଅଲିମ୍ପିକ୍ସ ହକି ପ୍ରତିଯୋଗିତାର ଗ୍ରୁପ ‘ବି’ରେ ଭାରତ ଓ ଆୟର୍ଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ।

ଏହାପରେ ଦ୍ଵିତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ। ମ୍ୟାଚର ହାପଟାଇମ ପରେ ଆୟର୍ଲ୍ୟାଣ୍ଡ ମଧ୍ୟ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲା। ମ୍ୟାଚର ଦ୍ଵିତୀୟ ଭାଗରେ ଭାରତ ମଧ୍ୟ କୌଣସି ଗୋଲ୍ ଦେଇ ପାରିନଥିଲା।  

ଏହାପୂର୍ବରୁ ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ହେଲେ ସୋମବାର ଆର୍ଜେଣ୍ଟିନା ବିପକ୍ଷରେ ଥିବା ଦ୍ଵିତୀୟ ମୁକାବିଲାକୁ ୧-୧ ଗୋଲରେ ଡ୍ର ରଖିଥିଲା ଭାରତ। ଏବେ ତୃତୀୟ ମ୍ୟାଚରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ବିଜୟ ହୋଇଥିବାବେଳେ ଗୁରୁବାର ଓ ଶୁକ୍ରବାର ବେଲଜିୟମ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ ଭାରତ।    

Tags: #ParisOlympics #Hockey #IndiavsIreland #HockeyIndia #Sports

LEAVE A REPLY

Please enter your comment!
Please enter your name here