ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ଘଟଣାର ପ୍ରାୟ ଅଢ଼େଇ ବର୍ଷ ପରେ ବି ଚାଲିଛି ଖୋଳତାଡ଼। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହଯୋଗୀ ପାଟକୁରା ଥାନା ଗୋପେଇ ଗ୍ରାମର ପ୍ରଦୀପ ବାରିକଙ୍କଠାରୁ ମଙ୍ଗଳବାର ଦିନ ଭଦ୍ରକ କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଇଛି।

ମାନସ ସ୍ଵାଇଁ ଙ୍କ ଅପହରଣଠାରୁ ଆରମ୍ଭ କରି ହତ୍ୟା ପର୍ଯ୍ୟନ୍ତ ସମସ୍ତ ଆଖିଦେଖା କଥା କୋର୍ଟ ଆଗରେ କହିଛନ୍ତି ପ୍ରଦୀପ। ସେ କହିଛନ୍ତି, ଗତ ୨୦୨୨ ମସିହା ଫେବ୍ରୁଆରି ୬ ତାରିଖରେ ଶର୍ମିଷ୍ଠା ରାଉତ ନିଜ କାରରେ ଝୁନା ଭୋଇ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ ଏବଂ ବିବେକ ନାୟକଙ୍କୁ ଧରି ଚାନ୍ଦବାଲି ଆସିଥିଲେ। କ୍ୟାମେରାମ୍ୟାନ ମାନସ ସ୍ଵାଇଁଙ୍କୁ ଆଣିବା ପାଇଁ ସେମାନେ ପଳାଶପୁରଠାରେ ଅପେକ୍ଷା କରିଥିଲେ। ମାନସ ଆସିବା ପରେ ସେମାନେ ତାଙ୍କୁ ଚିପ୍ ମାଗିଥିଲେ। କିନ୍ତୁ ମାନସ ଚିପ୍ ନଦେବାରୁ ତାଙ୍କୁ ଜୋର କରି କାରରେ ବସାଇ ଭୁବନେଶ୍ଵର ଅଣିଥିଲେ ବୋଲି ସେ କହିଥିଲେ।

ପ୍ରଦୀପ ଆହୁରି କହିଥିଲେ ଯେ, ଭୁବନେଶ୍ଵର ସ୍ଥିତ ଦୟାଲ ଆଶ୍ରମରେ ରଖି ବିଳମ୍ବିତ ରାତି ପର୍ଯ୍ୟନ୍ତ ମାନସଙ୍କୁ ନିର୍ଯାତନା ଦିଆଯାଇଥିଲା। ପରେ ମାନସଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ପ୍ରମାଣ ନଷ୍ଟ କରିବା ପାଇଁ ମାନସଙ୍କ ମୃତଦେହକୁ ଅଖାରେ ଗୁଡ଼ାଇ ଭାଗ୍ୟଧର ନାୟକ ନିଜ ଗାଁ ନୟାଗଡ଼ ଜିଲ୍ଲାର ବୋଧପାଟଣାକୁ ନେଇ ସେଠାରେ ଗାତଖୋଳି ପୋତି ଦେଇଥିଲେ ବୋଲି କୋର୍ଟ କହିଛନ୍ତି ପ୍ରଦୀପ ବାରିକ।

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ କରୁଥିବାଳେ ଭଦ୍ରକ ଜିଲ୍ଲା ଜଜ୍‌ଙ୍କ କୋର୍ଟର ମାମଲା ବିଚାରାଧୀନ ଅଛି।

ମାନସ ସ୍ଵାଇଁଙ୍କୁ ୨୦୨୩ ମସିହା ଫେବ୍ରୁଆରି ୮ ତାରିଖରେ ହତ୍ୟା କରି ନୟାଗଡ଼ରେ  ପୋତା ଯାଇଥିବାବେଳେ ସେହି ବର୍ଷ ମାର୍ଚ୍ଚ ୧୨ ତାରିଖରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ୨୦୨୩ ମସିହା ମାର୍ଚ୍ଚ ୨୮ ତାରିଖରେ ଗିରଫ କରିଥିଲେ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ।

Tags: #Crime #MurderCase #CameramanManasSwainMurderCase #BhadrakCourt #SarmisthaRout #Crimebranch

LEAVE A REPLY

Please enter your comment!
Please enter your name here