ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋଲିବ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ ଗୁମର, ପୋଲିସ ହାତରେ ଲାଗିଛି ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ହାତଲେଖା ଡାଏରୀ। ମଧୁମିତା ରହୁଥିବା ଭଡ଼ା ଘରୁ ପୋଲିସକୁ ଏହି ଡାଏରୀ ମିଳିଛି।
ଦାମ୍ପତ୍ୟ ଜୀବନରେ ଝଡ଼ ଯୋଗୁଁ ଜୁଲାଇ ୨୪ ତାରିଖ ସନ୍ଧ୍ୟାରେ ମଧୁମିତା ପରିଡ଼ା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ମୃତ ମଧୁମିତାଙ୍କ ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମଧୁମିତାଙ୍କ ସ୍ଵାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ।
ମୃତ୍ୟୁ ପୂର୍ବରୁ ମଧୁମିତା ପ୍ରାୟ ୪ ମିନିଟର ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଅନ୍ୟ ଝିଅଙ୍କ ସହ ତାଙ୍କ ସ୍ଵାମୀ ସମ୍ପର୍କ କରି ତାଙ୍କୁ ଧୋକା ଦେଉଥିବା ଭିଡିଓଟିରେ ମଧୁମିତା ଅଭିଯୋଗ କରିଥିଲେ।
ମଧୁମିତାଙ୍କ ମୃତ୍ୟୁ ସମ୍ପର୍କରେ ଅଧିକ ପଚରା ଉଚରା ପାଇଁ ଅଭିଯୁକ୍ତି ଶ୍ରୀଧରଙ୍କୁ ଦିନିକିଆ ରିମାଣ୍ଡରେ ଆଣିଛି ପୋଲିସ।
ଅନ୍ୟ ପକ୍ଷରେ ମଧୁମିତା ରହୁଥିବା ଭଡ଼ାଘରେ ଯାଞ୍ଚ କରିବା ସମୟରେ ପୋଲିସ ହାତରେ ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ଲାଗିଛି। ଗୋଟିଏ ଡାଏରୀ ସହ ପୋଲିସକୁ ଏକ ହାତଲେଖା ଚିଠି ମିଳିଛି। ଏହା ମଧୁମିତାଙ୍କର କି ନୁହେଁ ଯାଞ୍ଚ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।
ଏ ପଟେ ଅଭିଯୁକ୍ତ ଶ୍ରୀଧର ଏବେବି ନିଜକୁ ନିର୍ଦୋଷ ବୋଲି ଦାବି କରୁଛନ୍ତି। ସେ ସଫା ସଫା କହିଛନ୍ତି ତାଙ୍କର ଅନ୍ୟ କୌଣସି ଝିଅ ସହ ସମ୍ପର୍କ ନଥିଲା, କି ସେ ଆଉ କାହା ସହ କଥା ହେଉନଥିଲେ। ମଧୁମିତା ସବୁବେଳେ ତାଙ୍କୁ ସନ୍ଦେହ କରୁଥିଲେ। ଏ ମିତିକି ପୁଅମାନଙ୍କ ସହ କଥା ହେଲେ ମଧ୍ୟ ସେ ସନ୍ଦେହ କରୁଥିଲେ। ବାରମ୍ବାର ମଧୁମିତାଙ୍କୁ ବୁଝାଇବା ପରେ ମଧ୍ୟ ସେ ତାଙ୍କର କୌଣସି କଥାକୁ ବିଶ୍ଵାସ କରୁନଥିଲେ ବୋଲି ଶ୍ରୀଧର କହିଛନ୍ତି।
Tags: #JournalistMadhumitaParida #SuicideCase #Death #Diary #Bhubaneswar #PoliceInvestigation