ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ମିଳିବ ଭତ୍ତା। କୁଟୁମ୍ବ ଯୋଜନାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ କରିବେ ଓଡ଼ିଶା ସରକାର। ଭୁବନେଶ୍ୱରରେ ଶୁକ୍ରବାର ଅଗଷ୍ଟ କ୍ରାନ୍ତି ଦିବସ ସମାରୋହ ଅବସରରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

“ସ୍ଵାଧୀନତା ସଂଗ୍ରାମୀମାନେ ଆମର ଗର୍ବ ଓ ଗୌରବ। ସେମାନଙ୍କ ଅବଦାନରୁ ଆମେ ବ୍ରିଟିଶ କବଳରୁ ସ୍ଵାଧୀନତା ହାସଲ କରିଥିଲୁ। ସେମାନଙ୍କ ପରିବାର ଲୋକଙ୍କୁ ସମ୍ମାନ ଜଣାଇବା ଆମର ଦାୟିତ୍ଵ। ଏନେଇ ଆମେ କୁଟୁମ୍ବ ଯୋଜନା ଆରମ୍ଭ କରିବାକୁ ଯାଉଛୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।   

କୁଟୁମ୍ବ ଯୋଜନା ଅଧୀନରେ ପ୍ରଥମେ ରାଜ୍ୟର ସ୍ଵାଧୀନତା ସଂଗ୍ରାମୀମାନଙ୍କ ପରିବାର ବର୍ଗଙ୍କୁ ଚିହ୍ନଟ କରାଯିବ। ତେବେ ସେମାନଙ୍କୁ କେତେ ଟଙ୍କା ଭତ୍ତା ମିଳିବ ସେ ନେଇ ରାଜ୍ୟ ସରକାର ଆଗକୁ ନିଷ୍ପତ୍ତି ନେବେ।    

Tags: #FreedomFighters #KutumbScheme #Allowances #CMMohanCharanMajhi #Odisha

Comment