ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ମିଳିଛି ୬ଟି ନୂଆ ରେଳ ପ୍ରକଳ୍ପ। ସାରା ଭାରତରେ ଓଡ଼ିଶା ସମେତ ମୋଟ ୮ଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର ଅର୍ଥନୈତିକ କ୍ୟାବିନେଟ କମିଟି ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨୪ ହଜାର ୬୫୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଓଡ଼ିଶା ପାଇଁ ଆସିଥିବା ରେଳ ପ୍ରକଳ୍ପ ମଧ୍ୟରୁ ୩ଟି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରହିଛି। ସେଥିରେ ୭୩ କିଲୋମିଟର ଗୁଣୁପୁର-ଥେରୁବାଲି ନୂଆ ରେଳ ଲାଇନ, ୧୧୬ କିଲୋମିଟର ଦୀର୍ଘ ଜୁନାଗଡ଼-ନବରଙ୍ଗପୁର ନୂଆ ରେଳ ଲାଇନ ଏବଂ ୧୭୩ କିଲୋମିଟର ଦୀର୍ଘ ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ରେଳ ଲାଇନ ପ୍ରକଳ୍ପ ସାମିଲ ରହିଛି।

ସେହିପରି ବାଦାମପାହାଡ଼-କେନ୍ଦୁଝରଗଡ଼ ୮୨ କିଲୋମିଟର ଓ ବାଙ୍ଗିରିପୋଷୀ-ଗୋରୁମହିଷାଣୀ ୮୫ କିଲୋମିଟର, ବରମରା-ଚକୁଳିଆ ୬୦ କିଲୋମିଟର ନୂଆ ରେଳ ଲାଇନ୍ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ହୋଇଛି।

“ଏହି ସବୁ ନୂଆ ରେଳ ଲାଇନ ଭାରତୀୟ ରେଳ ନେଟୱାର୍କର ପରିସୀମା ବଢ଼ାଇବା ସହ ଦେଶର ଯୋଗାଯୋଗ ଓ ବିକାଶକୁ ତ୍ୱରାନ୍ୱିତ କରିବ। ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ହେବାକୁ ଥିବା ନୂଆ ରେଳ ଲାଇନ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସହ ରେଳ କରିଡରକୁ ବିସ୍ତାର କରିବ। ପର୍ଯ୍ୟଟନ, ନିଯୁକ୍ତି, ଖଣିଜ ପଦାର୍ଥ ପରିବହନ ଏବଂ ଶକ୍ତି ସୁରକ୍ଷା ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ ରହିବ”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ଜାଣନ୍ତୁ କେଉଁ ପ୍ରକଳ୍ପ ପାଇଁ କେତେ ବ୍ୟୟବରାଦ

  • ଗୁଣୁପୁର-ଥେରୁବାଲି ନୂଆ ରେଳ ଲାଇନ – ୧,୩୨୬ କୋଟି ଟଙ୍କା
  • ଜୁନାଗଡ଼-ନବରଙ୍ଗପୁର ନୂଆ ରେଳ ଲାଇନ – ୩,୨୭୪ କୋଟି ଟଙ୍କା
  • ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂଆ ରେଳ ଲାଇନ – ୪,୧୦୯ କୋଟି ଟଙ୍କା
  • ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ରେଳ ଲାଇନ – ୨,୦୧୭ କୋଟି ଟଙ୍କା
  • ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂଆ ରେଳ ଲାଇନ – ୨,୫୪୯ କୋଟି ଟଙ୍କା
  • ବରମରା-ଚକୁଳିଆ ନୂଆ ରେଳ ଲାଇନ – ୧,୬୩୯ କୋଟି ଟଙ୍କା
  •   

Tags: #RailwayProject #NewRailwayLines #IndianRailways #Odisha

LEAVE A REPLY

Please enter your comment!
Please enter your name here