ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଳୁ ଦର କମ୍ ହେଉନଥିବାରୁ ସମସ୍ୟା ଜାରି ରହିଛି। ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅସୁନଥିବାରୁ ଏହାର ଅଭାବ ଦେଖାଦେଉଛି। ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ନାଫେଡ୍ ଜରିଆରେ ଆଳୁ କିଣିବା ଆରମ୍ଭ କରିଛନ୍ତି। ଭୁବନେଶ୍ୱରରେ ବ୍ୟବସାୟୀଙ୍କୁ ଆଳୁ ଯୋଗାଇବା ଆରମ୍ଭ ହୋଇଛି। ଏଥିରେ ଖାଉଟିମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇବେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁସାରେ ପ୍ରତି ପରିବାର ପିଛା ୩ କିଲୋଗ୍ରାମ ଆଳୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାସର୍ନକାର୍ଡ ନଥିବା ଲୋକେ ମଧ୍ୟ ଏହାର ଲାଭ ନେଇପାରିବେ।

ଭୁବନେଶ୍ୱରରେ ଥିବା ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ପ୍ରଥମେ ଗ୍ରାହକଙ୍କୁ ଆଳୁ ମିଳିବା ଆରମ୍ଭ ହୋଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୦ ମେଟ୍ରିକ ଟନ୍ ଆଳୁ ନାଫେଡ୍ ଜରିଆରେ ଅର୍ଡର କରାଯାଇଛି। ଭୁବନେଶ୍ୱର ପରେ କଟକ, ରାଉଲକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଆଳୁ ଉପଲବ୍ଧ ହେବ।

ଓଡ଼ିଶାରେ ଆଳୁ ଦର ନିୟନ୍ତ୍ରଣ କରିବା ପାଇଁ ନାଫେଡ୍ ମାଧ୍ୟମରେ ଆଳୁ କିଣିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ।

Tags: #PotatoScarcity #NAFED #PublicDistribution #Bhubaneswar #Odisha

Comment