ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଫାଉଣ୍ଡେସନ୍‌ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫,୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଛି। ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ।

ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୦୨୪ ଅକ୍ଟୋବର ୬ ରହିଛି।  

ଏହି ଛାତ୍ରବୃତ୍ତିରେ ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ସାମିଲ ରହିଛି। ଏଥିରେ ଯୋଗ୍ୟ ବିବେଚିତ ୫,୦୦୦ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

ସେହିପରି ସ୍ନାତକୋତ୍ତର ପାଠ୍ୟକ୍ରମରେ ଇଞ୍ଜିନିୟରିଙ୍ଗ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟଗୁଡ଼ିକରେ ଛାତ୍ରବୃତ୍ତି ଦିଆଯାଉଛି। ଏହିସବୁ ପାଠ୍ୟକ୍ରମରେ ନାମଲେଖାଉଥିବା ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ।

ଏହି ଛାତ୍ରବୃତ୍ତି ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ପ୍ରଦାନ କରାଯିବ। ଏହାସହ ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ପାଇଁ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ଉପଲବ୍ଧ କରାଯିବ।

ରିଲାଏନ୍ସ ଫାଉଣ୍ଡେସନ ଏପର୍ଯ୍ୟନ୍ତ ୨୩,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛି। ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ଦେବା ପାଇଁ ଫାଉଣ୍ଡେସନର ରହିଥିବା ଲକ୍ଷ୍ୟର ଏହା ଏକ ଅଂଶ।

Tags: #RelianceFoundation #Scholarship #Students #Education #India

LEAVE A REPLY

Please enter your comment!
Please enter your name here