ଓଡ଼ିଶାଲାଇଭ୍ ବ୍ୟୁରୋ

ରାସନକାର୍ଡ ହିତାଧିକାରୀ ପୁଣି ପାଇବେ ଗହମ। ହିତାଧିକାରୀଙ୍କୁ ଏଣିକି ଚାଉଳ ସହ ଗହମ ଦିଆଯିବ। ହିତାଧିକାରୀଙ୍କ ଚାହିଦାକୁ ଦେଖି ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶନିବାର ଦିନ କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ହିତାଧିକାରୀଙ୍କୁ ମାସକୁ ମୁଣ୍ଡପିଛା ୪ କିଲୋଗ୍ରାମ ଚାଉଳ ଓ ୧ କିଲୋଗ୍ରାମ ଗହମ ଦିଆଯିବ। ପୂର୍ବ ସରକାର ଓଡ଼ିଶା ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ କେନ୍ଦ୍ର ନିକଟରେ ଦାବି କରିବା ପରେ ଗହମ ଯୋଗାଣ ବନ୍ଦ କରାଯାଇଥିଲା ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

Tags: #RationCard #RationCardBeneficiaries #Wheat #Rice #OdishaGovt #Odisha

Comment