ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି। ଏହି ଅମାନୁସିକ ଘଟଣାକୁ ବିରୋଧ କରି ଏବେ ସାରା ଦେଶରେ ନିଆଁ ଜଳୁଛି। ଏହାରି ମଧ୍ୟରେ ଆସିଛି ପୀଡ଼ିତାଙ୍କ ଅଟୋପ୍ସି ରିପୋର୍ଟ। ଏହି ରିପୋର୍ଟରେ ଯାହା ଉଲ୍ଲେଖ କରାଯାଇଛି, ଯେକେହି ଶୁଣିବ ତା’ ଛାତି ଥରି ଉଠିବ।

ଅଟୋପ୍ସି ରିପୋର୍ଟ ଅନୁସାରେ ପୀଡ଼ିତାଙ୍କ ଦେହରେ ୧୪ରୁ ଅଧିକ କ୍ଷତ ଚିହ୍ନ ରହିଛି। ମୁଣ୍ଡ, ଦୁଇ ଗାଲ, ଓଠ, ନକ, ଡାହାଣ ହନୁ ହାଡ଼, ଥୋଡ଼ି, ବେକ, ବାମ ହାତ, କାନ୍ଧ, ଆଣ୍ଠୁ, ଗୋଡ଼ ଏବଂ ପ୍ରାଇଭେଟ ପାର୍ଟସରେ ଗଭୀର ଆଘାତ ଲାଗିଛି। ମହିଳା ଟ୍ରେନିଂ ଡାକ୍ତର ମୃତ୍ୟୁ ପୂର୍ବରୁ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି।

ଏହା ସହ ପୀଡ଼ିତାଙ୍କ ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ବ୍ଲଡ ସାମ୍ପଲ ଏବଂ ଶରୀରର ତରଳ ପଦାର୍ଥ ଲ୍ୟାବକୁ ପଠାଯାଇଛି।

’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରୁ ତାଙ୍କର ମୃତଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା। ସେ ଏବେ ୧୪ ଦିନିଆ ପୋଲିସ ରିମାଣ୍ଡରେ ଥିବାବେଳେ ପୋଲିସ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଉଛି। ଏହାସହ ତଦନ୍ତ ପାଇଁ ମେଡିକାଲ କଲେଜର ୩ ଜଣ ଡାକ୍ତରଙ୍କୁ ମଧ୍ୟ ଜେରା କରିଛି କୋଲକାତା ପୋଲିସ।

ଘଟଣାକୁ ନେଇ କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ସାରା ଦେଶରେ ପ୍ରତିବାଦ ଦେଖାଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ରାଜ୍ୟରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

Tags: #KolkataRapeandMurderCase #AutopsyReport #TraineeDoctor #MedicalStudent #Kolkata #WestBengal

LEAVE A REPLY

Please enter your comment!
Please enter your name here