ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇର ସମ୍ପାଦକ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଆଇସିସି ପରିଚାଳନା କମିଟି ବୈଠକରେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେ ଡିସେମ୍ବର ୧ ତାରିଖରୁ ଦାୟିତ୍ଵ ଗ୍ରହଣ କରିବେ।

ଜୟ ଶାହ ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍କଲେଙ୍କଠାରୁ ଦାୟିତ୍ଵ ନେବେ। ୩୦ ନଭେମ୍ବରରେ ବାର୍କଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି। 

ଏହାପୂର୍ବରୁ ଜୟ ଶାହ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ସବକମିଟିର ସଦସ୍ୟ ଥିଲେ। ୩୫ ବର୍ଷ ବୟସରେ ଆଇସିସିର ମୁଖ୍ୟ ପଦରେ ବସିବାରେ ସେ ସର୍ବକନିଷ୍ଠ ବ୍ୟକ୍ତି ହେବାର ଗୌରବ ହାସଲ କରିଛନ୍ତି।

ଅନ୍ୟ ଭାରତୀୟଙ୍କ ମଧ୍ୟରେ ଜଗମୋହନ ଡାଲମିଆ, ଶରଦ ପୱାର, ଏନ୍‌ ଶ୍ରୀନିବାସନ ଓ ଶଶାଙ୍କ ମନୋହର ଆଇସିସିର ଅଧ୍ୟକ୍ଷ ରହିଥିଲେ। ଏବେ ଜୟ ଶାହଙ୍କ ନିର୍ବାଚନ ପରେ ଏହି ତାଲିକାରେ ଆଉ ଜଣେ ଭାରତୀୟଙ୍କ ନାଁ ଯୋଡ଼ି ହୋଇଛି।  

Tags: #JayShah #President #InternationalCricketCouncil #ICC #Cricket #India

LEAVE A REPLY

Please enter your comment!
Please enter your name here