ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ଯାଏଁ ପାଳନ କରାଯାଉଛି ‘ଜାତୀୟ ପୋଷଣ ସପ୍ତାହ’।

ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଆବଶ୍ୟକତାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ମଣିଷ ଶରୀର ପାଇଁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା କେତେ, କ’ଣ ଖାଇଲେ ସୁସ୍ଥ ରହିବା, ବୟସ୍କମାନଙ୍କ ଡାଏଟ ଏବଂ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ଓ ଜୀବନଶୈଳୀ କେମିତି ହେବା ଆବଶ୍ୟକ – ଏ ସବୁ ବିଷୟକୁ ନେଇ ଡାଏଟିସିଆନ ଏବଂ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର) ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟରେ ଚର୍ବି ବଢ଼ିବା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟଧିକ ଚର୍ବି କାରଣରୁ ବିଭିନ୍ନ ରୋଗ ମାଡ଼ି ବସିବାର ଆଶଙ୍କା ଥାଏ ବୋଲି ଡାଏଟିସିଆନ୍ କୁହନ୍ତି।

ତେବେ ପେଟରେ ଚର୍ବି କାହିଁକି ଲାଗେ, ପେଟରୁ ଚର୍ବି କମାଇବା ପାଇଁ କେଉଁଭଳି ଡାଏଟ୍‌ ଆପଣେଇବା ଆବଶ୍ୟକ, ସେ ସମ୍ପର୍କରେ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #NationalNutritionWeek #HealthyFood #BellyFat #FoodAndNutrition #Healthcare #DoctorsAdvice #OdiaHealthTips

Comment