ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସତ୍ୟପ୍ରକାଶ ସ୍ଵାଇଁଙ୍କ ୭ଟି ଠିକଣା ଉପରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଦିନ ଚଢ଼ଉ କରାଯାଇଛି।
ସତ୍ୟପ୍ରକାଶ ସ୍ଵାଇଁଙ୍କ କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟ, ବାସଭବନ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ଘର, ଶ୍ଵଶୁର ଘର ଏବଂ ଜାଗମରାସ୍ଥିତ ଘରେ ଚଢ଼ଉ ଜାରି ରହିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ସତ୍ୟପ୍ରକାଶଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ଉ କରାଯାଇଛି।
Tags: #Kendujhar #JailSuperintendent #VigilanceTrap #SatyaprakashSwain #Odisha