ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁଙ୍କୁ ଶନିବାର ଦିନ ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ଦିନ ସତ୍ୟପ୍ରକାଶ ସ୍ଵାଇଁଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଥିଲା ଭିଜିଲାନ୍ସ ଟିମ୍।

ସତ୍ୟପ୍ରକାଶ ସ୍ଵାଇଁଙ୍କ କେନ୍ଦୁଝର ସ୍ଥିତ କାର୍ଯ୍ୟାଳୟ, ବାସଭବନ, ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗର ସ୍ଥିତ ଘର, ଶ୍ଵଶୁର ଘର ଏବଂ ଜାଗମରାସ୍ଥିତ ଘରେ ଚଢ଼ଉ କରାଯାଇଥିଲା।

ସତ୍ୟପ୍ରକାଶ ସ୍ଵାଇଁଙ୍କ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ୪ ମହଲା ବିଶିଷ୍ଟ କୋଠା, ୪ଟି ଦାମୀ ପ୍ଲଟ, ୧୫ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ଆଦି ଚଢ଼ଉ ବେଳେ ଜବତ କରାଯାଇଛି। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ଵାଇଁଙ୍କୁ ଗିରଫ କରାଯାଇଛି।  

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ବା ନେଇ ସତ୍ୟପ୍ରକାଶ ସ୍ଵାଇଁଙ୍କ ନାଁରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା। ତାଙ୍କ ବିରୋଧରେ ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ଉ କରାଯାଇଥିଲା।

Tags: #Kendujhar #JailSuperintendent #VigilanceTrap #SatyaprakashSwain #Odisha

LEAVE A REPLY

Please enter your comment!
Please enter your name here