ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ। ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ବିରୋଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ପ୍ରତିବର୍ଷ ଗୋଟିଏ ଲେଖାଏଁ ଥିମକୁ ନେଇ ବିଶ୍ଵ ଆତ୍ମହତ୍ୟା ନିରୋଧ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି ‘ଚେଞ୍ଜିଂ ଦ ନାରେଟିଭ୍ ଅନ ସୁଇସାଇଡ୍’।

ଆଜିର ଦିନରେ ସମସ୍ତଙ୍କୁ ଗୋଟିଏ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଯେତେ କଷ୍ଟ ହେଲେ ମଧ୍ୟ ନିଜର ସୁନ୍ଦର ଜୀବନକୁ କୌଣସି କାରଣରୁ ହରାଇବାକୁ ଚେଷ୍ଟା ନକରି ଟିକେ ଅପେକ୍ଷା କରିବା ଏବଂ ଜୀବନ ବଞ୍ଚିବାର କୌଶଳ ଶିଖିବା।

ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଏକ ଅପରାଧ ବିରୋଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଦ ଇଣ୍ଟରନାସନାଲ ଆସୋସିଏସନ ଫର ସୁଇସାଇଡ ପ୍ରିଭେନସନ’ (ଆଇଏଏସପି) ନାମକ ସଂଗଠନ ଏବଂ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ତଥା ଡବ୍ଲ୍ୟୁଏମଏଚ ମିଳିତ ଆନୁକୂଲ୍ୟରେ ୨୦୦୩ ମସିହାରୁ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସର ପାଳନ ଆରମ୍ଭ କରାଯାଇଥିଲା। ୨୦୧୧ ମସିହାରେ ପ୍ରାୟ ୪୦ଟି ଦେଶ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

Tags: #WorldSuicidePreventionDay #ChangingTheNarrativeOnSuicide #Health #HealthTip #SuicidePrevention #WHO

LEAVE A REPLY

Please enter your comment!
Please enter your name here