ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଗଣେଶ ମୂର୍ତ୍ତି ଭସାଣି ବେଳେ କେନାଲରେ ବୁଡ଼ି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ହେମଚନ୍ଦ୍ରପୁରରେ।
ଗଣେଶ ମୂର୍ତ୍ତି ଭସାଣି ପାଇଁ ଶୁକ୍ରବାର ଦିନ ଏକ ଘରୋଇ ହଷ୍ଟେଲର ୬ ଜଣ ଛାତ୍ର ଯାଇଥିଲେ। ଭସାଣି ବେଳେ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ସେମାନଙ୍କ ମଧ୍ୟରୁ ୪ ଜଣ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାପ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିଛି ସମୟ ଧରି ଖୋଜା ଖୋଜି କରିବା ପରେ ଦୁଇଜଣ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଅନ୍ୟ ଦୁଇଜଣ ଛାତ୍ରଙ୍କର କୌଣସି ପତ୍ତା ମିଳିନଥିଲା।
ଦୀର୍ଘ ସମୟ ପରେ ନିଖୋଜ ଦୁଇ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରାସଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟର ଛାତ୍ର ଦିବ୍ୟଜ୍ୟୋତି ସାହୁ ଓ ତନ୍ମୟ ବେହେରା।
ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #Mayurbhanj #Death #Student #Baripada #Odisha