ଓଡ଼ିଶାଲାଇଭ୍ ବ୍ୟୁରୋ
୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ହୋଇଥିଲା।
ରାଜଧାନୀ ସ୍ଥାପନ ପାଇଁ ଭୁବନେଶ୍ୱରରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଭଲ ପରିବେଶ ଓ ଜଳବାୟୁ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ କୀର୍ତ୍ତିରାଜି, କଳା ସ୍ଥାପତ୍ୟ, ଗମନାଗମନ ପାଇଁ ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ କରିବାର ସୁବିଧା, ପର୍ଯ୍ୟଟନସ୍ଥଳୀ ଏବଂ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ପର୍ଯ୍ୟାପ୍ତ ଖୋଲାସ୍ଥାନ ଥିବାରୁ ଭୁବନେଶ୍ୱରକୁ ହିଁ ନୂଆ ରାଜଧାନୀ ଭାବେ ବଛା ହେଲା।
ଜଣାଶୁଣା ଉଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥାପନାରେ ପ୍ରସ୍ତୁତ ‘ଷ୍ଟୋରି ଅଫ୍ ଭୁବନେଶ୍ୱର’ ଓଡ଼ିଶାଲାଇଭର ଏକ ସ୍ୱତନ୍ତ୍ର ସିରିଜ୍। ଦେଖନ୍ତୁ ଭିଡିଓ।
Tags: #Bhubaneswar #CapitalofOdisha #StoryofBhubaneswar #Odisha


















