ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ଆତିଶି ମାର୍ଲେନା। ଆମ ଆଦମୀ ପାର୍ଟି (ଆପ) ବିଧାୟକ ଦଳର ବୈଠକ ପରେ ଆତିଶିଙ୍କ ନାଁରେ ମୋହର ବାଜିଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପାଇଁ ଆତିଶିଙ୍କ ନାଁ ଘୋଷଣା କରିଛନ୍ତି ଅରବିନ୍ଦ କେଜରିୱାଲ। ଏବେ ଅରବିନ୍ଦ କେଜରିୱାଲ ସ୍ଥାନ ନେବେ ଆତିଶି ମାର୍ଲେନା।

ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ କିଏ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିଲା। ଆତିଶିଙ୍କ ନାଁ ଘୋଷଣା ହେବା ପରେ ସବୁ ଚର୍ଚ୍ଚା ଉପରେ ବିରାମ ଲାଗିଛି।

 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲ ଓ ଦଳର ବରିଷ୍ଠ ନେତା ଗୋପାଳ ରାୟଙ୍କ ନାଁ ରହିଥିଲା। କିନ୍ତୁ ମଙ୍ଗଳବାର ଦିନ ବିଧାୟକ ଦଳର ବୈଠକରେ ଆତିଶିଙ୍କ ନାଁରେ ମୋହର ବାଜିଛି।

Tags: #AtishiMarlena #NewCM #ArvindKejriwal #CMofDelhi #Resignation #NewDelhi

Comment