ଓଡ଼ିଶାଲାଇଭ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବିଶ୍ଵକର୍ମା ମୂର୍ତ୍ତି ବିସର୍ଜନ ବେଳେ ଡ୍ୟାମରେ ବୁଡ଼ି ଦୁଇଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ। ମୃତ ଛାତ୍ରମାନେ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଏବଂ କରଞ୍ଜିଆ ତାଟୋ ଅଞ୍ଚଳର ଭାଗ୍ୟ ପ୍ରକାଶ ପାତ୍ର।
ମଙ୍ଗଳବାର ଦିନ ବେତନଟୀ ଥାନା ଅନ୍ତର୍ଗତ କାଠପାଳ ଚେକ୍ ଡ୍ୟାମକୁ କିଛି ଛାତ୍ର ବିଶ୍ଵକର୍ମା ମୂର୍ତ୍ତି ଭସାଣି ପାଇଁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ବେଳେ ଦୁଇଛାତ୍ର ବୁଡ଼ି ଯାଇଥିଲେ।
ତୁରନ୍ତ ସ୍ଥାନୀୟ ଲୋକେ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ବେତନଟୀ ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୪ ଘଣ୍ଟାର ଉଦ୍ୟମ ପରେ ଦୁଇ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Tags: #Mayurbhanj #Death #Student #Betanati #Odisha